IPL 2022 : ମାତ୍ର ୧୨୮ ରନ୍‌ରେ କୋଲକାତା ଅଲଆଉଟ ଆରସିବି ପାଇଁ ଲକ୍ଷ ୧୨୯ ରନ୍‌

25

ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ସଂସ୍କରଣର ଷଷ୍ଠ ମୁକାବିଲାରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଏବଂ ହର୍ଷଲ ପଟେଲ ଚମକ୍ରାର ବୋଲିଂ କରିଥିଲେ । ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ବଳରେ କୋଲକାତା ନାଇଟ୍ ରାଇଡର୍ସ ୧୮.୫ ଓଭରରେ ୧୨୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ସର୍ବାଧିକ ୨୫ ରନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲି। ସେହିପରି ହସରଙ୍ଗା ମାତ୍ର ୨୦ ରନ ବ୍ୟୟରେ ୪ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ମାତ୍ର ୧୧ ରନରେ ଦୁଇଟି ୱିକେଟ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆକାଶ ଦୀପ୍ ୩ଟି ୱିକେଟ ନେଇଥିଲେ ହେଁ ଏଥିପାଇଁ ୪୫ ରନ ବ୍ୟୟ କରିଥିଲେ । ଘାତକ ବୋଲିଂ ଫଳରେ କୋଲକାତା ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୮ ରନ କରିଥିଲେ ।ବର୍ତ୍ତମାନ ବେଙ୍ଗାଲୁରୁ ସାମ୍ନାରେ ୧୨୯ ରନର ସହଜ ବିଜୟ ଲକ୍ଷ୍ୟ ରହିଛି।
ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ ଭଲ ରିଦିମ୍ ପାଇନଥିଲେ । ଆଜିଙ୍କ୍ୟ ରାହଣେ(୯), ଭେଙ୍କଟେଶ ଆୟର(୧୦), ଶ୍ରେୟସ ଆୟର(୧୩), ନୀତିଶ ରାଣା(୧୦) ପ୍ରମୁଖ ବିଫଳ ହେବା ସହିତ ଦଳ ମାତ୍ର ୬୭ ରନରେ ୬ ୱିକେଟ ହରାଇଥିଲା । ତେବେ ନିମ୍ନ ମଧ୍ୟକ୍ରମରେ ଡ୍ରେ ରସ୍ ୨୫ ରନ କରି ଦଳକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇଥିଲେ । ଶେଷ ଆଡକୁ ଉମେଶ ଯାଦବ ୧୮ ଏବଂ ବରୁଣ ଚକ୍ରବର୍ତ୍ତୀ ଅପରାଜିତ ୧୦ ରନ କରିବାରୁ ଦଳ ୧୨୮ ରନ ଛୁଇଁ ପାରିଥିଲା ।

Comments are closed, but trackbacks and pingbacks are open.