IPL 2022, KKR vs RR: କୋଲକାତା ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

25

ଆଇପିଏଲର ୪୭ ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ଦଳ ମୁହାଁମୁହିଁ ହେଉଛନ୍ତି I କେକେଆର ଲଗାତାର ପାଞ୍ଚଟି ମ୍ୟାଚ ର ପରାଜୟ ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବାବେଳେ,ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟଲସ ଦଳ ଇନ-ଫର୍ମ ଓପନର୍ ଜୋସ୍ ବଟଲର୍ଙ୍କଠାରୁ ବହୁତ ଆଶା ରଖିଛନ୍ତି I କୋଲକାତା ପାଇଁ ଏହା କର ବା ମର ପରିସ୍ଥିତି Iପ୍ଲେ ଅଫକୁ ଯିବା ପାଇଁ ହେଲେ କୋଲକାତାକୁ ଏହି ମ୍ୟାଚ ଜିତିବା ଜରୁରୀ। ତେବେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି Iଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୪ ୱିକେଟରେ ପରାଜିତ କରିଥିଲା।

ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଚଳିତ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛି। ସନଜୁ ସାମସନଙ୍କ ନେତୃତ୍ୱରେ ଦଳ ଛଅଟି ବିଜୟ ଏବଂ ତିନୋଟି ପରାଜୟ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ମ୍ୟାଚରେ ରାଜସ୍ଥାନ ରାୟଲ୍ସ ମୁମ୍ୱାଇ ଠାରୁ ୫ ୱିକେଟରେ ପରାଜିତ ହୋଇଥିଲା।

ଡ୍ରିମ ୧୧ ଟିମ

ଜୋସ୍ ବଟଲର୍ (ଅଧିନାୟକ), ଆନ୍ଦ୍ରେ ରସେଲ (ଉପ ଅଧିନାୟକ), ସଞ୍ଜୁ ସାମସନ, ଶ୍ରେୟସ ଆୟର, ସିମରନ ହେଟମାୟର, ନୀତିଶ ରାଣା, ରବିଚନ୍ଦ୍ରନ୍ ଅଶ୍ୱିନ, ସୁନିଲ ନାରିନେ, ଉମେଶ ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ଏକାଦଶ

ରାଜସ୍ଥାନ ରୟାଲ୍ସ- ଜୋସ୍ ବଟଲର୍, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ୍ (ଅଧିନାୟକ /ଓ୍ଵିକେଟ୍ କିପର), ସିମରନ ହେଟମାୟର, ରିୟାନ୍ ପରାଗ, ଡାରିଲ୍ ମିଚେଲ୍, ରବିଚନ୍ଦ୍ରନ୍ ଅଶ୍ୱିନ, ଟ୍ରେଣ୍ଟ୍ ବୋଲ୍ଟ, କୁଲଦୀପ ସେନ୍, ପ୍ରସିଦ୍ଧ କୃଷ୍ଣ, ୟୁଜବେନ୍ଦ୍ର ଚହଲ।

କୋଲକାତା ନାଇଟ୍ ରାଇଡର୍ସ- ଆରୋନ ଫିଞ୍ଚ୍, ଭେଙ୍କଟେଶ ଆୟର, ଶ୍ରେୟସ ଆୟର(ଅଧିନାୟକ), ଶେଲଡନ ଜ୍ୟାକସନ, ନୀତିଶ ରାଣା, ଆନ୍ଦ୍ରେ ରସେଲ, ପାଟ୍ କମିନ୍ସ, ସୁନିଲ ନାରିନେ, ଶିମବ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।

Comments are closed, but trackbacks and pingbacks are open.