IPL 2022 : ମାତ୍ର ୬୮ ରନ ରେ ପ୍ୟାଭିଲିୟନ ଲେଉଟିଲେ ବାଙ୍ଗାଲୋର ର ଧୁରନ୍ଧର,ହାଇଦ୍ରାବାଦକୁ ଦେଲେ ୬୯ ରନ୍‌ର ଟାର୍ଗେଟ

21

ଆଇପିଏଲ ୨୦୨୨ ର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳI ଯାଇଛି Iଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଙ୍ଗଲୋରର ପୁରା ଟିମ୍ ହାଇଦ୍ରାବାଦ୍ ର ଘାତକ ବୋଲିଂ ଆଗରେ ୧୬ ଓଭର ଗୋଟିଏ ବଲରେ ମାତ୍ର ୬୮ ରନ ରେ ଅଲଆଉଟ୍ ହୋଇଯାଇଛନ୍ତି ।
ହାଇଦ୍ରାବାଦ୍ ପକ୍ଷରୁ ସଫଳ ବୋଲର ଭାବରେ ଟି ନଟରାଜନ ୩ ଓଭରରେ ମାତ୍ର ୧୦ ରନ ବ୍ୟୟ କରି ୩ ୱିକେଟ୍ ହାସଲ କରିଛନ୍ତି । ତାଙ୍କ ପଛକୁ ମାର୍କୋ ଜନସନ ୪ ଓଭର ବୋଲିଂ କରି ୨୫ ରନ ବ୍ୟୟରେ ୩ଟି ୱିକେଟ୍ ଦଖଲ କରିଛନ୍ତି । ସେହିପରି ଜଗଦୀଶ ସୁଚିତ ୩ ଓଭର ପକାଇ ୧୨ ରନ୍ ବ୍ୟୟରେ ୨ଟି ୱିକେଟ୍, ଉମ୍ରାନ୍ ମଲ୍ଲିକ ୪ ଓଭର ପକାଇ ୧୩ ବ୍ୟୟ କରି ଗୋଟିଏ ୱିକେଟ୍ ଏବଂ ଭୁବନେଶ୍ୱର କୁମାର ୨ ଓଭର ପକାଇ ୮ ରନ ବ୍ୟୟରେ ଗୋଟିଏ ୱିକେଟ୍ ପାଇଥିଲେ ।
ବାଙ୍ଗଲୋର ପାଇଁ ପ୍ରଭୁ ଦେଶାଇ ସର୍ବାଧିକ ୧୫ ରନ୍ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ଗ୍ଲେନ୍ ମାକ୍ସୱେଲ୍ ୧୨ ରନ୍ କରିଥିବା ବେଳେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଏପରିକି ତିନି ବ୍ୟାଟ୍ସମ୍ୟାନ୍ ଖାତା ନଖୋଲି ପ୍ୟାଭିଲିୟନ ଫେରିଯାଇଥିଲେ ।

Comments are closed, but trackbacks and pingbacks are open.