IPL 2022 : ଗୁଜରାଟ ଟସ୍ ଜିତି,ପଞ୍ଜାବ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

19

ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୨ର ୪୮ତମ ମ୍ୟାଚ୍ ଖେଳାଯିବ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟର ନଜର ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବା ଉପରେ ରହିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଇଟ ଟାଇଟନ୍ସ ଯଦି ଆଜିର ମ୍ୟାଚ୍ ଜିତିନିଏ ତେବେ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିବ। ଅନ୍ୟପଟେ ମୟଙ୍କ ଅଗ୍ରଓ୍ଵାଲଙ୍କ ନେତୃତ୍ଵାଧୀନ ପଞ୍ଜାବ କିଙ୍ଗ୍ସଙ୍କୁ ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ଯେମିତି ହେଲେ ଆଜିର ମ୍ୟାଚ୍ ଜିତିବାକୁ ହେବ।
ମୁମ୍ବାଇର ଡିୱାଇ ପାଟିଲରେ ଖେଳା ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ ପ୍ରଥମେ ବୋଲିଂ କରିବ। ସାଧାରଣତଃ ସନ୍ଧ୍ୟାରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟସ୍‌ ଜିତୁଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନିଅନ୍ତି। ହେଲେ ଆଜି ହାର୍ଦ୍ଦିକ କିଛି ଅଲଗା କରିବାକୁ ଯାଇ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ ବୋଲି କହିଛନ୍ତି। ଆଜିର ମ୍ୟାଚ୍‌ରେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିପାରି ନାହାନ୍ତି।

ପଞ୍ଜାବ କିଙ୍ଗସ: ମୟଙ୍କ ଅଗ୍ରୱାଲ, ଶିଖର ଧୱନ, ଜନ୍ନି ବେୟାରଷ୍ଟୋ, ଭାନୁକା ରାଜପକ୍ଷ, ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଋଶି ଧୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ଓ ସନ୍ଦୀପ ଶର୍ମା।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହା, ଶୁବମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଡାଭିଡ ମିଲିର, ରାହୁଲ ତେୱାତିଆ, ରଶିଦ ଖାନ, ଅଲଜାରି ଯୋଶେଫ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ ଓ ମହମ୍ମଦ ଶାମି।

Comments are closed, but trackbacks and pingbacks are open.