IPL 2022: ଲକ୍ଷ୍ନୌ ବିପକ୍ଷରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ର ବ୍ୟାଟିଂ ନିଷ୍ପତ୍ତି

28

ଚଳିତ ଆଇପିଏଲ୍‌ର ୫୭ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଗୁଜୁରାଟ ଟାଇଟନ୍ସ । ପଏଣ୍ଟ ତାଲିକାରେ ଉଭୟ ଯଥାକ୍ରମେ ପ୍ରଥମ ୨ଟି ସ୍ଥାନ ଅକ୍ତିଆର କରିଛନ୍ତି । ମ୍ୟାଚ୍ ବିଜୟୀ ଦଳ ପ୍ଲେ-ଅଫରେ ପ୍ରବେଶ କରିବ । ତେଣୁ ଏହି ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦଳରେ ଜଣେ ଲେଖାଏଁ ଖେଳାଳି ଆଜି ଚଳିତ ଆଇପିଏଲରେ ଡେବ୍ୟୁ କରୁଛନ୍ତି। ସାଇ କିଶୋର ଗୁଜରାଟ ପକ୍ଷରୁ ଏବଂ କର୍ଣ୍ଣ ଶର୍ମା ଲକ୍ଷ୍ନୌ ଦଳରୁ ଚଳିତ ଆଇପିଏଲରେ ଡେବ୍ୟୁ କରୁଛନ୍ତି।

ଗୁଜରାଟ ଚୂଡାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଲୋକି ଫର୍ଗ୍ୟୁସେନଙ୍କ ସ୍ଥାନରେ ମାଥ୍ୟୁ ଓ୍ଵେଦ, ସାଇ ସୁଦର୍ଶନଙ୍କ ସ୍ଥାନରେ ସାଇ କିଶୋର ଏବଂ ପ୍ରଦୀପ ସଙ୍ଗଓ୍ଵାନଙ୍କ ବଦଳରେ ୟଶ ଦୟାଲଙ୍କୁ ଦଲରେ ସାମିଲ୍ କରାଯାଇଛି। ଲକ୍ଷ୍ନୌ ଦଳରେ ରବି ବିଷ୍ଣୋଇଙ୍କ ସ୍ଥାନରେ କର୍ଣ୍ଣ ଶର୍ମାଙ୍କୁ ସ୍ଥାନ ମିଳିଛି।

ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୮ ବିଜୟ ସହ ୧୬ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । କେବଳ ରନ୍‌ ରେଟ୍‌ରେ ସୁପରଜାଏଣ୍ଟ୍‌ସ ଆଗରେ ରହିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଟାଇଟନ୍ସ ଦଳ ବିଜୟୀ ହୋଇଥିଲା । ଏଥର ସୁପରଜାଏଣ୍ଟ୍‌ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ଶେଷ ୪ଟି ଯାକ ମ୍ୟାଚରେ ସୁପରଜାଏଣ୍ଟ୍‌ସ ବିଜୟୀ ହୋଇଥିବାବେଳେ ଟାଇଟନ୍ସ ଖେଳିଥିବା ଶେଷ ୨ଟି ଯାକ ମ୍ୟାଚ ପରାଜିତ ହୋଇଛି ।

ଟାଇଟନ୍ସ ଦଳରେ ସେଭଳି ସମସ୍ୟା ନଥିଲେ ହେଁ ଏପର୍ଯ୍ୟନ୍ତ ୩ନଂ ସ୍ଥାନ ପାଇଁ ଉପଯୁକ୍ତ ବ୍ୟାଟର ମିଳିନାହିଁ । ହେଲେ ଓପନର ରିଦ୍ଧିମାନ ଶାହା ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଜିତାଇବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଶୁଭମନ ଗିଲ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିଛନ୍ତି । ସୁପରଜାଏଣ୍ଟ୍‌ସର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଦୁର୍ବଳ ରହିଛି । କେବଳ ଦୁଇ ଓପନର କ୍ୱିଣ୍ଟନ ଡି କକ୍‌ ଓ ଲୋକେଶ ରାହୁଲଙ୍କ ଉନ୍ନତ ବ୍ୟାଟିଂ ଜାରି ରଖିଥିବାରୁ ଦୁର୍ବଳତା ନଜରକୁ ଆସିନାହିଁ ।

ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ସୁପରଜାଏଣ୍ଟ୍‌ସ ଦଳରେ ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ଦୁଷ୍ମନ୍ତ ଚାମୀରା, କୃନାଲ୍‌ ପାଣ୍ଡ୍ୟା ଓ ରବି ବିଷ୍ଣୋଇ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ତେବେ ରବିଙ୍କ ସ୍ଥାନରେ କର୍ଣ୍ଣ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଟାଇଟନ୍ସ ଦଳରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନ, ଅଲଜାରୀ ଜୋଶେଫଙ୍କ ଭଳି ବୋଲର ରହିଛନ୍ତି ।
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ୍ କିପର), କେ.ଏଲ୍ ରାହୁଲ (ଅଧିନାୟକ), ଦୀପକ ହୁଡ୍ଡା, କ୍ରୁନାଲ ପାଣ୍ଡ୍ୟା, ଆୟୁଷ ବଦୋନୀ, ମାର୍କସ ଷ୍ଟୋଇନିସ୍, ଜାସନ ହୋଲ୍ଡର, କରଣ ଶର୍ମା, ଦୁଷ୍ମାନ୍ଥା ଚାମିରା, ଅଭେଶ ଖାନ, ମୋହସିନ୍ ଖାନ୍।

ଗୁଜରାଟ ଟାଇଟନ୍ସ

ରିଦ୍ଧିମାନ ସାହା (ଓ୍ଵିକେଟ୍ କିପର), ଶୁଭମାନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱତିଆ, ରଶିଦ ଖାନ, ରବି ଶ୍ରୀନିବାସନ ସାଇ କିଶୋର, ଅଲଜାରି ଯୋଶେଫ, ୟଶ ଦୟାଲ, ମହମ୍ମଦ ଶାମି।

Comments are closed, but trackbacks and pingbacks are open.