IPL 2022 GT vs PBKS: ସାଇ ସୁଦର୍ଶନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଗୁଜରାଟ ର ୮/୧୪୩ ରନ୍‌

21

ଆଇପିଏଲ ର ୪୮ ତମ ମ୍ୟାଚ ଆଜି ଗୁଜରାଟ ବନାମ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିଲା I ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ ର ନିଷ୍ପତି ନେଇ ଗୁଜରାଟ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା I ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଟସ ଜିତି ହାଦ୍ଦିର୍କ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯୁବ ବ୍ୟାଟ୍ସମ୍ୟାନ ସାଇସୁଦର୍ଶନ ଙ୍କ ବାଦ ଗୁଜରାଟ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି I ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଞ୍ଜାବକୁ ଏହି କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ ୧୪୪ ରନ୍‌ର ଟାର୍ଗେଟ ମିଳିଛି। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଏକମାତ୍ର ବ୍ୟାଟର ଭାବେ ଅପରାଜିତ ୬୪ ରନ୍‌ର ଇନିଂସ ଖେଳିଛନ୍ତି।

ସୁଦର୍ଶନ ୫୦ ବଲରେ ୬୪ ରନ୍ କରି ନଟ୍‌ ଆଉଟ୍ ରହିଥିବା ବେଳେ ତାଙ୍କ ପଛକୁ ରିଦ୍ଧିମାନ ଶାହ ୨୧ ରନ୍ କରିଥିଲେ। ସେହିଭଳି ଦଳ ପାଇଁ ଓପନିଂ କରିଥିଲେ ରିଦ୍ଧିମାନ ଶାହ ଓ ଶୁଭମନ ଗିଲ। ହେଲେ ୩ ଓଭର ଖେଳ ଚାଲିଥିବା ବେଳେ ଶୁଭମନ ଗିଲ୍‌ଙ୍କ ନାମରେ ଗୁଜୁରାଟର ପ୍ରଥମ ୱିକେଟ ପଡ଼ିଥିଲା। ସେ ମାତ୍ର ୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ସେହପରି ଚତୁର୍ଥ ଓଭରେ ରିଦ୍ଧିମାନଶାହ(୨୧), ୬.୨ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା(୧) ଓ ୧୨ ଓଭର ଖେଳ ବେଳକୁ ଡେଭିଡ୍ ମିଲର(୧୧)ଙ୍କ ୱିକେଟ୍ ଯାଇଥିଲା।

୪ ୱିକେଟ୍ ଯିବା ପରେ ଦଳ ୧୧.୨ ବଲ୍‌ରେ ମାତ୍ର ୬୭ ରନ୍ କରିପାରିଥିଲା।ଏହାପରେ ରାହୁଲ ତେୱାତିଆ(୧୧), ରଶିଦ ଖାନ(୦), ପ୍ରଦୀପ ସଙ୍ଗୱାନ(୨) ଓ ଲକି ଫରଗୁସନ ୫ ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ୱିକେଟ ହରାଇ ୧୪୩ ରନ୍ କରିଛି।
ଅନ୍ୟପଟେ ପଞ୍ଜାବ ପକ୍ଷରୁ କାଗିସୋ ରାୱଡ଼ା ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ, ଅର୍ଶିଦୀପ ସିଂହ,ରିଶି ଧାୱନ ଓ ଲିୟାମ ଲିଭିଂ ଷ୍ଟୋନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Comments are closed, but trackbacks and pingbacks are open.