IPL2022: ଦିଲ୍ଲୀ ଧୁରନ୍ଧର ଦେଖାଇଲେ ଦମ,କୋଲକତା ର ଲଗାତାର ୫ମ ପରାଜୟ
ଗୁରୁବାର ଦିନ ଚଳିତ ଆଇପିଏଲ୍ ସିଜିନ୍ରୁ ର ୪୧ ତମ ମ୍ୟାଚ ମୁମ୍ବାଇ ର ୱାନଙ୍ଖେଡେ ଷ୍ଟାଡିଅମ ରେ ଦିଲ୍ଲୀ କ୍ୟାପିଟାଲସ ବନାମ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିଲା I ଏହି ମ୍ୟାଚ ରେ ଦିଲ୍ଲୀ ତାର ଚତୁର୍ଥ ବିଜୟ ହାସଲ କରିଛି I ଦିଲ୍ଲୀ ତାର ୮ ମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୪ ୱିକେଟରେ ପରାସ୍ତ କରିଛି। ଚଳିତ ସିଜନରେ ଦଳ ଦ୍ୱିତୀୟ ଥର ପାଇଁ କୋଲକାତାକୁ ପରାସ୍ତ କରିଛି। ଆଜି ର ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି କେକେଆର୍ ୯ ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା I ବାମ ହାତୀ ସ୍ପିନର କୁଲଦୀପ ଯାଦବ ସାଂଘାତିକ ବୋଲିଂ କରି ୩ ଓଭରରେ ୧୪ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ I ଏହାର ଜବାବରେ ଦିଲ୍ଲୀ ୧୯ ଓଭରରେ ୬ ୱିକେଟ ହରାଇ ୧୫୦ ରନ୍ କରି ଲକ୍ଷ୍ୟ ହାସଲ କରି ନେଇଛି I
କୋଲତାକା ଭଳି ଦିଲ୍ଲୀ ମଧ୍ୟ ଆରମ୍ଭରୁ ୱିକେଟ ବିପର୍ଯ୍ୟୟର ସାମ୍ନା କରିଥିଲା। ପୃଥିବୀ ଶହ ଉମେଶ ଯାଦବଙ୍କ ପ୍ରଥମ ବଲ୍ରେ ଆଉଟ ହୋଇଥିବା ବେଳେ ଗୋଟିଏ ଓଭର ୩ ବଲ୍ରେ ଖେଳ ଚାଲିଥିବା ବେଳେ ମିଚେଲ ମାର୍ଶଙ୍କ ୱିକେଟ ଯାଇଥିଲା। ମାର୍ଶ ୭ ବଲ୍ରେ ୧୩ ରନ୍ କରି ହର୍ଶିତ ରାଣାଙ୍କ ଶିକାର ହୋଇଥିଲେ।
ଏହାପରେ ତୃତୀୟ ୱିକେଟ ପାଇଁ ଡେଭିଡ୍ ୱାର୍ଣ୍ଣର ଓ ଲଳିତ ଯାଦବ ମିଶି ଦଳର ପାଳି ସମ୍ଭାଳିଥିଲେ। ଉଭୟ ୪୯ ବଲ୍ରେ ୬୫ ରନ୍ର ଭାଗିଦାରୀ କରିବା ପରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଯୋଡ଼ି ଭାଙ୍ଗିଥିଲେ ଉମେଶ ଯାଦବ। ଡେଭିଡ ୱାର୍ଣ୍ଣର(୪୨) ନିଜର ଅର୍ଦ୍ଧଶତକ ପୂରା କରି ନପାରି ଉମେଶ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଫଳରେ ଦଳ ୧୦ ଓଭର ବେଳକୁ ୩ ୱିକେଟ ହରାଇ ୮୩ ରନ୍ କରିଥିଲା।
Comments are closed, but trackbacks and pingbacks are open.