IPL 2022 : ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

155

ଆଜି ଆଇପିଏଲ ୨୫ତମ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଉଭୟ ଟିମ୍‌ ମ୍ୟାଚ ଜିତିବାକୁ ଚେଷ୍ଟା କରିବ। ଦିଲ୍ଲୀ ପୂର୍ବ ମ୍ୟାଚ କୋଲକତା ଠାରୁ ଜିତିଥିବା ବେଳେ ବାଙ୍ଗାଲୋର ଚେନ୍ନାଇ ଠାରୁ ମ୍ୟାଚ ହାରିଛି।
ଆଇପିଏଲ୍‌ ପଏଣ୍ଟ ତାଲିକାରେ ବାଙ୍ଗାଲୋର ୫ମ ସ୍ଥାନରେ ରହିଛି। ଚେନ୍ନାଇ ଠାରୁ ହାରିବା ପୂର୍ବରୁ ବାଙ୍ଗାଲୋର ଲଗାତାର ୩ଟି ମ୍ୟାଚ ଜିତିସାରିଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ବିରୋଧରେ ଭଲ ପ୍ରଦର୍ଶନ କରି ମ୍ୟାଚକୁ ୪୪ରନରେ ଜିତିଥିଲା।

ମିଶେଲ ମାର୍ସ ଟିମକୁ ଫେରୁଛନ୍ତି। ପାକିସ୍ତାନ ଟୁର ବେଳେ ଆହତ ହୋଇଥିଲେ। ଏବେ କିନ୍ତୁ ଟ୍ରେନିଂ ବେଳେ ମାର୍ସଙ୍କୁ ଦେଖିବାକୁ ମିଳିଛି। ଦିଲ୍ଲୀ ଟିମ୍‌କୁ ମାର୍ସ ଫେରିବା ପରେ ବୋଲିଂ ଏବଂ ବ୍ୟାଟିଂ ଦଳର ମଜବୁତ ହେବ ନିଶ୍ଚିତ।

ଦିଲ୍ଲୀ କ୍ୟାପିଟାଲ୍ସ : ଡେଭିଡ ଓ୍ଵାର୍ଣ୍ଣର, ପୃଥ୍ଵୀ ଶ, ମିଶେଲ ମାର୍ସ, ଋଷଭ ପନ୍ତ, ଲଲିତ ଯାଦବ, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମସ୍ତିଫିଜୁର ରହମାନ, ଖଲୀଲ ଅହମ୍ମଦ, ରୋଓମ୍ୟାନ ପାଓ୍ଵଲ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁପ୍ଲେସିସି, ଅନୁଜ ରାଓ୍ଵତ, ବିରାଟ କୋହଲି, ଶାହବାଜ ଅହମ୍ମଦ, ଗ୍ଲେନ ମ୍ୟାକ୍ସେଓ୍ଵଲ, ସୁୟଶ ପ୍ରଭୁଦେଶାଇ, ଦିନେଶ କାର୍ତ୍ତିକ, ବନିନ୍ଦୁ ହସରଙ୍ଗା, ହର୍ସଲ, ମହମ୍ମଦ ସିରାଜ, ଜୋଶ ହେଜଲଉଡ।

Comments are closed, but trackbacks and pingbacks are open.