IPL 2022 :ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ରେ ୧୫୯,ପଞ୍ଜାବ ପାଇଁ ୧୬୦ ର ଲକ୍ଷ୍ୟ

29

ପ୍ଲେଅଫ ପାଇଁ କର ବା ମାତ୍ର ସ୍ଥିତିରେ ଦୁଇ ଟିମ ଆଜି ମୁହାଁମୁହିଁ ହେଉଛନ୍ତି I ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ରେ ୧୫୯ ରନ୍‌ କରିପାରିଛି। ଫଳରେ ପଞ୍ଜାବ କିଙ୍ଗସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୬୦ ରନ୍‌ର ଟାର୍ଗେଟ ମିଳିଛି। ମିଚେଲ ମାର୍ଶଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଆରମ୍ଭରୁ ସର୍ଫରାଜ ଖାନଙ୍କ ୧୬ ବଲରେ ୩୨ ରନ୍‌କୁ ଛାଡ଼ି ଦେଲେ ଦିଲ୍ଲୀର ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ଶ ୪୮ ବଲରୁ ୬୩ ରନର ଇନିଂସ ଖେଳିଛନ୍ତି। ସରଫରାଜ ଖାନ ୩୨ ଏବଂ ଲଳିତ ଯାଦବ ୨୪ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଅକ୍ଷର ପଟେଲ୍ ୧୭ ରନ କରି ଅପରାଜିତ ଅଛନ୍ତି। ଦିଲ୍ଲୀ ଆରମ୍ଭ ଅନୁରୂପ ଇନିଂସକୁ ସେହି ଅନୁସାରେ ଶେଷ କରି ପାରିନାହିଁ। ଶେଷ ଆଡକୁ ପଞ୍ଜାବ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଦିଲ୍ଲୀ ବଡ ସ୍କୋର କରିପାରିନାହିଁ। ପଞ୍ଜାବ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ୨୭ ରନ ଦେଇ ୩ ଏବଂ ଅର୍ଶଦୀପ ସିଂହ ୩୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମୁକାବିଲା ଜିତିବା ଦଳର ପ୍ଲେ ଅଫ ଆଶା ଆହୁରି ମଜବୁତ ହେବ। ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ।

Comments are closed, but trackbacks and pingbacks are open.