IPL 2022 DC vs RR: ୱାନଖେଡେ ଷ୍ଟାଡିୟମ୍ ର ପିଚ୍ ଏବଂ ଆଜିର ପାଣିପାଗ ରିପୋର୍ଟ I

26

୨୦୨୨ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୩୪ ତମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିଅମରେ ରାତି ୭.୩୦ ମିନିଟ ରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କେପିଟାଲସ ମଧ୍ୟରେ ଖେଳାଯିବ I

ଦିଲ୍ଲୀ କେପିଟାଲସ ଖେଳିଥିବା ୬ଟି ମ୍ୟାଚ୍ ରୁ ୩ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ରୟାଲ୍ସ ୬ଟି ରୁ ୪ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି I

ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ୨୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଉଭୟ ଦଳ ୧୨-୧୨ ମ୍ୟାଚ ଜିତି ସମାନ ସ୍ଥାନରେ ଅଛନ୍ତି I

weather.com ର ରିପୋର୍ଟ ଅନୁଯାୟୀ ଆଜି ରାତିରେ ମୁମ୍ବାଇର ତାପମାତ୍ରା ୨୯ ଡିଗ୍ରୀ ସେଲସିୟସ୍ ରହିବ | ବୃଷ୍ଟିପାତର ମାତ୍ର ୩% ସମ୍ଭାବନା ଅଛି ଏବଂ ଆର୍ଦ୍ରତା ୬୧% ହେବ | ଆକାଶ ସାଧାରଣତ ସ୍ୱଚ୍ଛ ରହିବ |

Comments are closed, but trackbacks and pingbacks are open.