ଆଇପିଏଲ୍ ୨୦୨୨: DC ବନାମ LSG,ଦିଲ୍ଲୀ ସମ୍ମୁଖରେ ୧୯୬ ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

15

୨୦୨୨ ଆଇପିଏଲ ର ୪୫ ତମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଉଛି I ଲକ୍ଷ୍ନୌ ଅଧିନାୟକ କେ.ଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଲକ୍ଷ୍ନୌ ୩ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୯୫ ରନ୍ ସଂଗ୍ରହ କରି ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲସ କୁ ୧୯୬ ରନ୍ ର ଲକ୍ଷ୍ୟ ଦେଇଛି ।ଲକ୍ଷ୍ନୌ ପାଇଁ କ୍ୟାପଟେନ କେ.ଏଲ୍ ରାହୁଲ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ। ସେ ୫୧ ବଲ୍ ରେ ଇନିଂସରେ ୪ ଟି ଚୌକ ଓ ୫ ଛକା ମାରିଥିଲେ I ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩ ଓ୍ଵିକେଟ୍ ହାସଲ କରିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଦୁଇ ଓପନର ଡିକକ୍ ଏବଂ କେଏଲ ରାହୁଲ ୪.୨ ଓଭରରେ ୪୨ ରନ ଯୋଡିଥିଲେ। ଡିକକ ୧୩ ବଲରୁ ୨୩ ରନ କରି ଆଉଟ୍ ହୋଇଥିଲେ। କେଏଲ ଏବଂ ଦୀପକ ହୁଡ୍ଡା ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟରେ ୯୫ ରନ ଯୋଡି ଦଳ ପାଇଁ ବଡ ସ୍କୋରର ମୂଳଦୁଆ ପକାଇଥିଲେ। ଦୀପକ ହୁଡ୍ଡା ୩୪ ବଲରୁ ୬ ଚୌକା ଏବଂ ୧ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ। ଲୋକେଶ ରାହୁଲ ଅଧିନାୟକତ୍ଵ ଇନିଂସ ଖେଳି ୫୧ ବଲରୁ ୪ ଚୌକା ଏବଂ ୫ ଛକା ସହ ୭୭ ରନ କରିଥିଲେ। ମାର୍କସ ଷ୍ଟୋଇନିସ ୧୮ ଏବଂ କୃଣାଲ ପାଣ୍ଡ୍ୟା ୯ ରନ ଅପରାଜିତ ଥିଲେ। ଲକ୍ଷ୍ନୌ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି।

ଲକ୍ଷ୍ନୌ ତରଫରୁ ଶାର୍ଦ୍ଦୁଳ ଠାକୁରଙ୍କ ବାଦ୍ ଦେଲେ ଅନ୍ୟ କୌଣସି ବୋଲରଙ୍କୁ ସଫଳତା ମିଳିନାହିଁ। ଶାର୍ଦ୍ଦୁଳ ୪୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.