IPL 2022: DC vs KKR, ଦିଲ୍ଲୀ ଟସ ଜିତି କୋଲକତା କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

27

ଆଜି ର ଆଇପିଏଲ ରେ ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭.୩୦ ରେ ମ୍ୟାଚ ଖେଳାଯାଉଛି I ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଥିବା ବେଳେ କୋଲକାତା କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଇ କୋଲକାତା ତା’ର ଶେଷ ୪ ମ୍ୟାଚ୍‌ରୁ ଗୋଟିଏ ହେଲେ ବି ଜିତି ପାରିନାହିଁ। ଦଳ ଏଯାଏ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ବେଳେ କେବଳ ୩ଟିରେ ଜିତିବାକୁ ସକ୍ଷମ ହୋଇଛି।
ଆଜିର ମ୍ୟାଚ୍‌ରେ କୋଲକାତା ପାଇଁ ଡେବ୍ୟୁ କରିଛନ୍ତି ବାବା ଅପରଜିତଙ୍କ ଭାଇ ବାବା ଇନ୍ଦ୍ରଜିତ। ତାମିଲନାଡୁ ପକ୍ଷରୁ ଖେଳୁଥିବା ଇନ୍ଦ୍ରଜିତ ଜଣେ ଅଲରାଉଣ୍ଡର। ସେ ୱିକେଟ କିପିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ତେଣୁ ଆଜି ଦଳ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଛି। ସେହିପରି ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଦ୍ରୁତ ବୋଲର ହର୍ଶିତ ରାଣା ମଧ୍ୟ ଆଜି କୋଲକାତା ପାଇଁ ଡେବ୍ୟୁ କରୁଛନ୍ତି। ଏହାବାଦ ଆରୋନ ଫିଞ୍ଚ୍‌ ମଧ୍ୟ ଆଜି ଦଳକୁ ଫେରିଛନ୍ତି। ସାମ ବିଲିଙ୍ଗ୍ସ ବାଦ ପଡ଼ିଥିବାରୁ ଇନ୍ଦ୍ରଜିତ କିପିଂ କରିବେ। ସେହିପରି ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ଚୂଡ଼ାନ୍ତ ଏକାଦଶରେ ଆଜି ନାହାନ୍ତି।
ସେହିପରି ଦିଲ୍ଲୀ ପକ୍ଷରୁ ଆଜି ଡେବ୍ୟୁ କରିଛନ୍ତି ବାମହାତୀ ଦ୍ରୁତ ବୋଲର ଚେତନ ସକାରିୟା। ସେ ଗତ ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଥିଲେ। ହେଲେ ମେଗା ନିଲାମ ବେଳେ ତାଙ୍କୁ ଦିଲ୍ଲୀ କିଣିବାକୁ ସକ୍ଷମ ହୋଇଥିଲା। ଏହାବାଦ କରୋନାରୁ ସୁସ୍ଥ ହୋଇଥିବା ମିଚେଲ ମାର୍ଶ ମଧ୍ୟ ଆଜି ଦଳକୁ ଫେରିଛନ୍ତି। ସର୍ଫରାଜ ଖାନ ଓ ଖଲୀଲ ଅହମଦଙ୍କୁ ଚୂଡ଼ାନ୍ତ ଏକାଦଶରେ ବାଦ ଦିଆଯାଇଛି।

ଆଇପିଏଲର ୨୦୨୨ ସଂସ୍କରଣରେ ଦିଲ୍ଲୀ ଓ କୋଲକାତା ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଦିଲ୍ଲୀ ୪୪ ରନ୍‌ରେ ମ୍ୟାଚ୍‌ଟିକୁ ଜିତିଥିଲା। ପୂର୍ବତନ କୋଲକାତା ସ୍ପିନର କୁଲଦୀପ ଯାଦବ ହିଁ ଉକ୍ତ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଥିଲେ। ତେଣୁ ଆଜି କୋଲକାତା ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

Comments are closed, but trackbacks and pingbacks are open.