IPL 2022 :CSK ବନାମ RR: ଚେନ୍ନାଇ ୬/ ୧୫୦

162

ଆଇପିଏଲ୍ ୨୦୨୨ ର ୬୮ ତମ ମ୍ୟାଚ୍ ରେ ଆଜି ରାଜସ୍ଥାନ ରୟାଲ୍ସର ଦଳ ଚେନ୍ନାଇ ସୁପର କିଙ୍ଗ୍ସ ସମୁହଁ ମୁହିଁ ହୋଇଥିଲେ Iଏହି ମ୍ୟାଚ୍‌ରେ ଟସ୍ ଜିତି ସିଏସ୍‌କେ ଅଧିନାୟକ ଏମଏସ ଧୋନି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋଇନ ଅଲ୍ଲୀଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ଵେ ବଡ ସ୍କୋର କରିବାରେ ବିଫଳ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ଲାଗୁଥିଲା ଦଳ ୨୦୦ ପାଖାପାଖି ସ୍କୋର କରିବ ହେଲେ, ଦଳ ବହୁତ କଷ୍ଟରେ ୬ ଓ୍ଵିକେଟ୍‌ ହରାଇ ୧୫୦ ରନ କରିପାରିଛି। ମୋଇନ ଅଲ୍ଲୀ ୫୭ ବଲରୁ ୯୩ ରନର ଦମଦାର ଇନିଂସ ଖେଳିଛନ୍ତି। ତାଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଧୋନୀ ୨୬ ରନର ଧିମା ଇନିଂସ ଖେଳିଛନ୍ତି। ଏକଦା ୧୦.୨ ଓଭରରେ ୯୫ ରନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଆଡକୁ ଦ୍ରୁତ ରନ କରିବାରେ ବିଫଳ ହୋଇଛି। ରାଜସ୍ଥାନ ପକ୍ଷରୁ ଅବେଡ ମ୍ୟାକକୟ ୨୦ ରନ ଦେଇ ୨, ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.