IPL 2022 : ଚେନ୍ନାଇ ଟସ୍ ଜିତି ଗୁଜୁରାଟ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

33

ଆଇପିଏଲ ୨୦୨୨ ର ୬୨ ତମ ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ,ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି I ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟର ଅଧିନାୟକ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଟିମ ଜୋରଦାର ଲଢେଇ ପାଇଁ ପ୍ରସ୍ତୁତ ରହିଛି Iତେବେ ଚେନ୍ନାଇ ଦଳ ପ୍ଲେ ଅଫ ଦୌଡରୁ ବାହାରେ ଥିବାବେଳେ ଗୁଜୁରାଟ ଟାଇଟାନ୍ସ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗୁଜୁରାଟ ଏପର୍ଯ୍ୟନ୍ତ ୧୨ ଟି ମ୍ୟାଚ ମଧ୍ୟରୁ ୯ ଟି ଜିତି ୧୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ଅଛି I ସେହିପରି ଚେନ୍ନାଇ ୧୨ ମ୍ୟାଚ ରୁ ୮ ଟି ମ୍ୟାଚ ରେ ପରାଜୟ ବରଣ କରିଥିବାବେଳେ ମାତ୍ର ୪ ଟି ମ୍ୟାଚ ଜିତି ୮ ପଏଣ୍ଟ ହାସଲ କରିଛି ଇ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ ତାଲିକାର ପ୍ରଥମ ୪ଟି ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବେ । ଏହି ରାଉଣ୍ଡର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବା ଫଳପ୍ରଦ ସାବ୍ୟସ୍ତ ହୋଇପାରେ ।

ଫର୍ମାଟ୍‌ ଅନୁଯାୟୀ ପ୍ଲେ-ଅଫ୍‌ ରାଉଣ୍ଡ୍‌ରେ ୩ଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ରେ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଥିବା ଦଳ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ର ବିଜେତା ଫାଇନାଲକୁ ଉନ୍ନୀତ ହେବେ । ପରାଜିତ ଦଳ ଫାଇନାଲରେ ପ୍ରବେଶ କରିବା ପାଇଁ ଆଉ ଏକ ସୁଯୋଗ ପାଇବ । ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳ ଏଲିମିନେଟର ମୁକାବିଲାରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ର ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ବିଜୟୀ ଦଳ ପ୍ରଥମ ମ୍ୟାଚ୍‌ର ପରାଜିତ ଦଳ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳିବ । ତେଣୁ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିବା ଗୁରୁତ୍ୱପୂର୍ଣ୍ଣ ।

ଟାଇଟନ୍ସ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପୂର୍ବ ମ୍ୟାଚ୍‌ରେ ପଦାର୍ପଣ କରିଥିବା ସାଇ କିଶୋର ଆସନ୍ତା କାଲି ଖେଳିବେ । ଫଳରେ ଲୋକି ଫର୍ଗୁସନଙ୍କୁ ବିଶ୍ରାମ ମିଳିବ । ସୁପରକିଙ୍ଗ୍‌ସ ଏକାଦଶରେ ପରିବର୍ତ୍ତନ କରିପାରେ । କିଛି ଯୁବ ଖେଳାଳିଙ୍କୁ ଦକ୍ଷତା ପ୍ରମାଣିତ କରିବାକୁ ସୁଯୋଗ ମିଳିବା ଆଶା କରାଯାଉଛି । ଓଡ଼ିଶା ଖେଳାଳି ଶୁଭ୍ରାଂଶୁ ସେନାପତି ଅନେକ ସମୟରେ ଦ୍ୱାଦଶ ଖେଳାଳି ଭାବେ ଗ୍ରାଉଣ୍ଡରେ ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଛି । ତାଙ୍କୁ ପଦାର୍ପଣ ସୁଯୋଗ ମିଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

Comments are closed, but trackbacks and pingbacks are open.