IPL 2022 : ଟସ୍ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ

25

ଚଳିତ ଆଇପିଏଲ୨୦୨୨ ର ୩୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ଆଗ ବ୍ୟାଟିଂ କରିବ। ଚଳିତ ଆଇପିଏଲରେ ମୁମ୍ବାଇ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନାହିଁ। ସେହିପରି ଚେନ୍ନାଇ ତା’ର ୬ଟି ମ୍ୟାଚ୍‌ରୁ ଗୋଟିଏରେ ଜିତିଛି। ମୁମ୍ବାଇ ପଏଣ୍ଟ ଟେବୁଲର ୧୦ନଂ ସ୍ଥାନରେ ଥିବା ବେଳେ ଚେନ୍ନାଇ ୯ମ ସ୍ଥାନରେ ରହିଛି। ତେଣୁ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ କର ବା ମର ପରିସ୍ଥିତି ସଦୃଶ।
ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ମୋଇନ ଅଲୀ ଓ କ୍ରିସ ଜୋର୍ଡାନ ଆଜିର ମ୍ୟାଚ୍‌ ଖେଳୁନାହାନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ ଡି ପ୍ରେଟୋରିୟସ ଓ ମିଚେଲ ସାଣ୍ଟନର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ମୁମ୍ବାଇ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି। ଆଜିର ମ୍ୟାଚ୍‌ରେ ମୁମ୍ବାଇ ଦ୍ରୁତ ବୋଲର ରିଲେ ମେରେଡିଥଙ୍କ ସମେତ ସ୍ପିନ ଅଲରାଉଣ୍ଡର ହ୍ରିତିକ ଶୋକେନ ଓ ଡାନିଏଲ ସାମ୍ସଙ୍କୁ ସୁଯୋଗ ଦେଇଛି। ଫାବିଏନ ଆଲେନ, ଟାୟମଲ ମିଲ୍ସ ଓ ମୁରଗାନ ଅଶ୍ୱିନଙ୍କ ବଦଳରେ ଏହି ୩ ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ହ୍ରିତିକଙ୍କୁ ମାତ୍ର ୨୧ ବର୍ଷ। ସେ ପ୍ରଥମଥର କୌଣସି ବଡ଼ ପ୍ଲାଟଫର୍ମରେ ଟି-୨୦ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି।

Comments are closed, but trackbacks and pingbacks are open.