IPL 2022: ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ ନିଷ୍ପତ୍ତି,ବେଙ୍ଗାଳୁରୁ ବ୍ୟାଟିଂ ପାଳି ଆରମ୍ଭ

17

ଚଳିତ ଆଇପିଏଲର ୪୯ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଦଳ ନିକଟରେ ପ୍ଲେ-ଅଫ ସୁଯୋଗ ରହିଥିବାରୁ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ସୁପରକିଙ୍ଗସ ୯ଟି ମ୍ୟାଚ୍ ଖେଳି ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି। ମୁକାବିଲାରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମିଚେଲ୍ ସାଣ୍ଟନରଙ୍କ ସ୍ଥାନରେ ମୋଇନ ଅଲ୍ଲୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୫ଟି ଯାକ ଲିଗ୍ ମ୍ୟାଚ୍ ଜିତିବାକୁ ହେବ । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୦ଟି ମ୍ୟାଚ୍ ଖେଳି ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାତେଇ ସାରିଛି । ବାକି ୪ଟି ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚି ପାରିବ । ସୁପରକିଙ୍ଗ୍ସକୁ ହରାଇବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରେ ସହଜ ହେବ ନାହିଁ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସୁପରକିଙ୍ଗ୍ସ ୨୩ ରନରେ ବିଜୟୀ ହୋଇଥିଲା। ଶେଷ ୫ଟି ମ୍ୟାଚରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇଛି । ଦଳର ଓପନିଂ ବିଭାଗ ଫର୍ମକୁ ଫେରିବା ପରେ ସୁପରକିଙ୍ଗ୍ସ ପୂର୍ବ ଲୟ ଫେରି ପାଇବା ଭଳି ମନେ ହେଉଛି । ଗତ ସନରାଇଜର୍ସ ବିପକ୍ଷ ମ୍ୟାଚରେ ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେ ଓପନ କରିଥିଲେ । ଗାଏକୱାଡ୍ ୯୯ ସଂଗ୍ରହ କରିଥିଲେ । କନୱେ ମଧ୍ୟ ଅପରାଜିତ ୮୫ରନ୍ର ଇନିଂସ ଖେଳିଥିଲେ ।

ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ୧୪ ଦିନ ହେଲା କୌଣସି ମ୍ୟାଚ୍ ଜିତିନାହିଁ । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନଯୋଗୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବୋଲିଂ ବିଭାଗର ପ୍ରଦର୍ଶନ ଉନ୍ନତ ରହିଛି । ମହମ୍ମଦ ସିରାଜ, ଜୋସ ହାଜେଲଉଡ୍ ଓ ୱାନିଣ୍ଡୁ ହସରଙ୍ଗା ସୁନ୍ଦର ବୋଲିଂ କରୁଛନ୍ତି । କେବଳ ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ । ଅବଶ୍ୟ ଗତ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ଓ ରଜତ ପତିଦର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଆସନ୍ତା କାଲି କୋହଲିଙ୍କ ଉପରେ ନଜର ରହିବ । ସେ କେବଳ ସୁପରକିଙ୍ଗ୍ସ ବିପକ୍ଷରେ ସର୍ବାଧିକ ୯୪୯ ରନ୍ ସଂଗ୍ରହ କରିସାରିଛନ୍ତି । ଆସନ୍ତା କାଲି ସେ ୧୦୦୦ ରନ୍ ପୂରଣ କରିବାର ସୁଯୋଗ ରହିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୪୬ଟି ଛକା ମାରି ସାରିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ମହିପାଲ ଲୋମୋର, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲେଉଡ୍।

ଚେନ୍ନାଇ ସୁପର କିଙ୍ଗ୍ସ

ରୁତୁରାଜ ଗାଏକୱାଡ, ଡେଭନ୍ କନୱେ, ମୋଇନ୍ ଅଲ୍ଲୀ, ରବିନ୍ ଉଥାପ୍ପା, ଅମ୍ବାତି ରାୟୁଡୁ, ଏମ୍.ଏସ୍ ଧୋନି (w / c), ରବିନ୍ଦ୍ର ଜାଡେଜା, ଡ୍ଵେନ ପ୍ରିଟୋରିୟସ୍, ସିମରଜିତ୍ ସିଂ, ମୁକେଶ ଚୌଧୁରୀ, ମହେଶ ଥାକଶାନା।

Comments are closed, but trackbacks and pingbacks are open.