IPL 2022 : ବଟଲରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୧୬୯/୩ ରନ ରେ ସୀମିତ

121

ଆଇପିଏଲ ୨୦୨୨ ର ୧୩ ତମ ଲିଗ ମୁମ୍ବାଇର ୱାଙ୍ଖଡେରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୋୟାଲସ ବନାମ ରୋୟାଲସ ଚାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଇଛନ୍ତି I ଆରସିବି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ରାଜସ୍ଥାନ ରୋୟାଲସ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ I ତେଣୁ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଦଳ ୩ ଵିକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା। ଓପନର୍ ଜୋସ୍ ବଟଲର ରାଜସ୍ଥାନ ପାଇଁ ସବୁଠୁ ବଡ଼ ଇନିଂସ ଖେଳିଥିଲେ। ସେ ୪୭ ଟି ବଲରେ ୭୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ ଟି ଲମ୍ବା ଛକା ଥିଲା I ହେଲେ ବେଙ୍ଗାଲୁରୁ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଦୁଇ ବ୍ୟାଟସମ୍ୟାନ ହାତଖୋଲ ସଟ୍ ଖେଳି ପାରିନଥିଲେ। ଦଳୀୟ ସ୍କୋର ୭୬ ରନରେ ପାଡିକଲ ୨୯ ବଲ୍‌ରୁ ୩୭ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ସଞ୍ଜୁ ସାମସନ(୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ତେବେ ଚମତ୍କାର ଫର୍ମରେ ଥିବା ବଟଲର ସିମରନ ହେଟମାୟରଙ୍କ ସହ ମିଶି ଦଳର ସ୍କୋରକୁ ୧୬୯ ରନରେ ପହଞ୍ଚାଛନ୍ତି। ସିମରନ ହେଟମାୟର ୩୧ ଟି ବଲ ରେ ୪ ଚୌକା ଏବଂ ୨ ଛକା ସହ ୪୨ ରନ କରି କ୍ରିଜରେ ଥିଲେ। ଦେବଦତ୍ତ ପ୍ୟାଡିକାଲ ୨୯ ବଲରେ ୩୭ ରନ୍ ସଂଗ୍ରହ କରିଥିଲେ।ଓପନର୍ ଜଶସ୍ଵୀ ଜୟସଓ୍ଵାଲ ୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।ତେବେ ଶେଷ ଓଭରରେ ବ୍ୟାଟିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଏକ ସମ୍ମାନଜନକ ସ୍କୋର କରି RCB କୁ ୧୭୦ ରନ ର ଲକ୍ଷ ଦେଇଛି I

Comments are closed, but trackbacks and pingbacks are open.