IPL 2022:ବ୍ରାବୋର୍ଣ୍ଣରେ ଦିଲ୍ଳୀ କ୍ୟାପିଟାଲ୍ସର ଶାନଦାର ବିଜୟ

22

ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି I ଆଇପିଏଲ ମହାକୁଂଭ ର ଆଜି ଦ୍ଵିତୀୟ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲସ ବନାମ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ମୁକାବିଲା ସରିଛି I ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ମୁକାବିଲାରେ ଦମଦାର ବିଜୟ ହାସଲ କରିଛି ଦିଲ୍ଳୀ କ୍ୟାପିଟାଲ୍ସ Iମୁମ୍ବାଇର ପ୍ରଥମ ମ୍ୟାଚ ରେ ବୋଲର ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମ୍ୟାଚ ର ପ୍ରଥମ ପରାଜୟ ବରଣ କରିଛି ମୁମ୍ବାଇ I ଲଳିତ ଯାଦବ ଏବଂ ଅକ୍ଷର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ୍ ଛଡାଇ ନେଇଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ବିଜୟ ହାସଲ କରିଛି।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଇଶାନ କିଶନଙ୍କ ଅପରାଜିତ ରନ ବଳରେ ମୁମ୍ବାଇ ରନ କରିଥିଲା । ପ୍ରଥମ ୱିକେଟରେ ରୋହିତ ଶର୍ମା(୪୧) ଓ ଇଶାନ କିଶନ (୮୧) ୬୭ ରନ କରିଥିଲେ । କିଶନ ୪୮ ବଲର ସମ୍ମୁଖୀନ ହୋ ୧୧ଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଅଧିନାୟକ ରୋହିତ ଶର୍ମା ୩୨ ବଲ ଖେଳି ୪ ଚୌକା ଓ ଦୁଇଟି ଛକା ମାରିଥିଲେ । ବରୋଦାର ଏନ୍ ତିଲକ ବର୍ମା ୨୨ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ୧୮ ରନରେ ୩ଟି ୱିକେଟ ନେଇ ଫର୍ମକୁ ଫେରିଥିଲେ । ଖଲିଲ ଅହମଦ ମଧ୍ୟ ଚମକ୍ରାର ବୋଲିଂ କରି ୨୭ ରନରେ ୨ଟି ୱିକେଟ ନେଇଥିଲେ I

ହିଭଳି ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ମୁମ୍ବାଇ ଦଳ ୨୦ ଓଭରରେ ୫ ଓ୍ଵିକେଟ୍‌ ହାଇ ୧୭୭ ରନ୍‌ କରିଥିଲା । ଜବାବରେ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୨ ଓଭର ଖେଳି ୬ ଓ୍ଵିକେଟ୍‌ରେ ୧୭୯ ରନ୍‌ କରିଥିଲା । ଦଳ ପକ୍ଷରୁ ଓପ୍ନର ପୃଥ୍ଵୀ ସ ୩୮, ଲଳିତ ଯାଦବ ଅପରାଜିତ ୪୮, ଶାର୍ଦ୍ଦୁଳ ଠାକୁର ୧୧ ବଲ୍‌ରେ ୨୨ ରନ୍‌ ଏବଂ ଅକ୍ଷର ପଟେଲ ୧୭ ବଲ୍‌ରେ ଅପରାଜିତ ୩୮ ରନ୍‌ କରିଥିଲେ । ସେ ବୁମରାଙ୍କ ବଲ୍‌ରେ ବିଜୟସୂଚକ ଚୌକା ମାରିଥିଲେ ।

Comments are closed, but trackbacks and pingbacks are open.