IPL 2022 : ବାଙ୍ଗାଲୋର ର ଦମଦାର ପ୍ରଦର୍ଶନ,ଚେନ୍ନାଇ ପାଇଁ ୧୭୪ରନ ର ଟାର୍ଗେଟ

29

ଚଳିତ ଆଇପିଏଲର ୪୯ତମ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୧୭୩ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍ସ ୧୭୪ ରନର ଆବଶ୍ଯକତା ରହିଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଫାଫ୍ ଡୁ ପ୍ଲେସିସ୍ ୨୨ ବଲରେ ୩୮ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ୩୩ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୩ ରନ୍ କରି ରନଆଉଟ ହୋଇଥିଲେ। ରଜତ ପାଟିଦାର ୧୫ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ମହିପାଲ ଲୋମୋର ଏକ ବିସ୍ପୋରକ ଇଂନିସ ଖେଲି ୨୭ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ରହି ୧୬ ବଲରେ ୨୪ ରନ କରିଥିଲେ।
ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମହେଶ ଥାକଶାନା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୋଇନ୍ ଅଲ୍ଲୀ ୨ଟି ଓ ଡ୍ଵେନ ପ୍ରିଟୋରିୟସ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed, but trackbacks and pingbacks are open.