ଆଇପିଏଲ ୨୦୨୨ : ଆଜି ସନ୍ଧ୍ୟାରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ମହାସମର

29

ଆଜି ସନ୍ଧ୍ୟା ରୁ ଆରମ୍ଭ ହେଉଛି ଆଇପିଏଲର ପଞ୍ଚଦଶ ସଂସ୍କରଣ । ଆଜି ସନ୍ଧ୍ୟା ୭ .୩୦ ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ ଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ଗୁଡ଼ିକ ଦେଖିବା ପାଇଁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ ବୋଲି ଅନୁମତି ମିଳିଛି । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ହୋଇଥିଲା । ଯଦିଓ ୨୦୨୧ ସିଜନ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ହୋଇପାରି ନଥିଲା ।

ଦୀର୍ଘ ୨ ବର୍ଷ ର ଉତ୍କଣ୍ଠା ର ପୂର୍ଣ୍ଣଛେଦ ପକାଇ ଦର୍ଶକ ଷ୍ଟାଡିୟମ ରେ ପ୍ରବେଶ କରିବେ Iତେଣୁ ପ୍ରଶଂସକ ଉଲ୍ଲସିତ, ସଭିଁଙ୍କ ମନରେ ନୂଆ ଉନ୍ମାଦନା । ଆଇପିଏଲ୍‌ ପ୍ରେମୀଙ୍କ ମହଲରେ ଭରପୁର ଉତ୍କଣ୍ଠା । ଘରୋଇ ମାଟିକୁ ଫେରିଛି ଆଇପିଏଲ୍‌ । କଳେବର ବଢ଼ିଛି, ହେଲେ ଭେନ୍ୟୁ ସୀମିତ ରହିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୨୫% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିଛି।ଯାହା ବି ହେଉ ମହାମାରୀର କଟକଣା ମଧ୍ୟରେ ଆଜି ଠାରୁ ଲିଗର ପଞ୍ଚଦଶ ସଂସ୍କରଣର ମହାସମର ଆରମ୍ଭ ହେବାକୁ ଯାଉଛି ।

ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟିଏ ଭେନ୍ୟୁରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଓ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ। ପ୍ଲେ-ଅଫ୍ ମୁକାବିଲାର ସିଡ୍ୟୁଲ୍ ପରେ ଜାରି କରାଯିବ।

Comments are closed, but trackbacks and pingbacks are open.