IPL 2020: ମୁମ୍ଵାଇ ବିପକ୍ଷରେ ରାଜସ୍ଥାନ ରୟାଲ୍ସ, କ୍ରମାଗତ ଦ୍ଵିତୀୟ ବିଜୟ

27

ଆଇପିଏଲର ନବମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୫ ଥରର ଚାମ୍ପିଅନ ମୁମ୍ଵାଇ ଇଣ୍ଡିଆନ୍ସକୁ ୨୩ ରନରେ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଜୋସ୍ ବଟଲରଙ୍କ ଶତକ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ତାଙ୍କ ବ୍ୟତୀତ ସିମରନ ହେଟମାୟର ୩୫ ଏବଂ ସଞ୍ଜୁ ସାମସନ ୩୦ ରନ କରିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ବିଜୟ ଲକ୍ଷ୍ୟରୁ ୨୪ ରନ ପଛରେ ରହି ଯାଇଛି। ମୁମ୍ବାଇ ପକ୍ଷରୁ ତିଳକ ବର୍ମା ୬୧ ଏବଂ ଇଶାନ କିଷନ ୫୪ ରନ କରିଥିଲେ ହେଁ ବିଜୟ ପାଇଁ ଏହା ପର୍ଯ୍ୟାପ୍ତ ନଥିଲା। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୦ ରନ କରି ପାରିଛି। ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଫଳରେ ରାଜସ୍ଥାନ ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ଟି ଏବଂ ନବଦୀପ ସାଇନି ୩୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଓପନର ଅଧିନାୟକ ରୋହିତ ଶର୍ମା ୧୦ ରନ କରି ଆଉଟ୍ ହେବା ଦଳକୁ ବହୁତ ବଡ ଝଟକା ଲାଗିଥିଲା। ପରେ ଅନମୋଲପ୍ରୀତ ସିଂହ(୫) ଶୀଘ୍ର ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଷନ ଏବଂ ତିଳକ ବର୍ମା ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ ୮୧ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଏହି ଯୋଡି ଭାଙ୍ଗିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟଠୁ ଦୂରେଇ ଯାଇଥିଲା।

ଇଶାନ କିଷନ ୪୩ ବଲରୁ ୫ ଚୌକା ଓ ୧ ଛକା ସହ ୫୪ ରନ କରି ପାଭିଲିୟନ ଫେରିଥିଲେ। ଏହା ପରଠୁ ମୁମ୍ବାଇ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ତିଳକ ବର୍ମା ଦ୍ଵିତୀୟ ଆଇପିଏଲ ମ୍ୟାଚରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୩ ବଲରୁ ୩ ଚୌକା ଏବଂ ୫ ଛକା ସହ ୬୧ ରନ କରି ଆଉଟ୍ ହୋଇଥିଲେ। ୟୁଜବେନ୍ଦ୍ର ଚହଲ ଟିମ୍ ଡେଭିଡ(୧) ଏବଂ ଡାନିଏଲ ସାମ୍ସ(୦)ଙ୍କୁ କ୍ରମାଗତ ଆଉଟ୍ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। କିରଣ ପୋଲାର୍ଡ ଶେଷ ଓଭରରେ ୨୨ ରନ କରି ଆଉଟ୍ ହୋଇଥିଲେ।

ରାଜସ୍ଥାନ ଇନିଂସ

ରାଜସ୍ଥାନ ରୟାଲ୍ସ ଦଳୀୟ ସ୍କୋର ୧୩ ରନରେ ଯଶସ୍ଵୀ ଜୟସଓ୍ଵାଲ(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ପରେ ଦେବଦତ୍ତ ପାଡିକଲ(୭) ପାଭିଲିୟନ ଫେରିଥିଲେ। ଏହା ପରେ ଜସ ଟବଲର ଏବଂ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ବଟଲର ବାସିଲ ଥମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ କରି ରନ ଗତିକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ଓ୍ଵିକେଟ୍‌ରେ ୮୨ ରନ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୨୧ ବଲରୁ ୧ ଚୌକା ଏବଂ ୩ ଛକା ସହ ୩୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ବଟଲର ନିଜର ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ।

ହେଟ ମାୟର କ୍ରିଜକୁ ଆସିବା ମାତ୍ରେ ମାତ୍ର ୧୪ ବଲରୁ ୩ ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୩୫ ରନ କରିଥିଲେ। ଏହା ପରେ ରାଜସ୍ଥାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଏହା ମଧ୍ୟରେ ବଟଲର ଆଇପିଏଲରେ ୬୬ ବଲ୍‌ରୁ ଦ୍ଵିତୀୟ ଶତକ ପୂରଣ କରିଥିଲେ। କ୍ଲିନ ବୋଲ୍ଡ କରି ବୁମରା ବଟରଲଙ୍କ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ। ବଟଲର ୬୮ ବଲ୍‌ରୁ ୧୧ ଚୌକା ଏବଂ ୫ ଛକା ବଳର ୧୦୦ ରନ କରିଥିଲେ। ଶେଷ ଆଡକୁ ମୁମ୍ବାଇ ବୋଲର ରନ ଗତି ଉପରେ ଅଙ୍କୁଶ ଲଗାଇବାରୁ ରାଜସ୍ଥାନ ୨୦୦ ରନ ରକି ପାରିନଥିଲା। ଦଳ ୮ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି।

Comments are closed, but trackbacks and pingbacks are open.