ନୂଆଦିଲ୍ଲୀ: ବିସିସିଆଇ ସୂଚନା ଦେଇଛି ଆଇପିଏଲ ସିଜିନର ବାକିଥିବା ମ୍ୟାଚ ଆଉ ଏବେ ହେବନି । କେନ୍ଦ୍ର ସରକାର ଏବଂ ସମସ୍ତ ଫ୍ରାଞ୍ଚାଇଜ ସହିତ କଥା ହେବା ପରେ ପରାମର୍ଶ ନିଆଯାଇ ନିଷ୍ପତ୍ତି ନିଆଯାଇଛି । ସ୍ଥିତି ସ୍ୱାଭାବିକ ହେଲେ ହୋଇପାରେ ମ୍ୟାଚ । ଆଇପିଏଲ ଫାଇନାଲ ମଇ ୨୫ରେ ହେବାକୁ ଥିଲା । ଉତ୍ତେଜନା ସ୍ଥିତିକୁ ଦେଖି ମ୍ୟାଚ ଗୁଡିକ ସ୍ଥଗିତ ରଖାଯାଇଛି । ଆଇପିଏଲ୍ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଅନେକ ବିଦେଶୀ ଖେଳାଳି ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନର ସୁରକ୍ଷା ସଙ୍କଟ ମଧ୍ୟରେ, ବିସିସିଆଇ ଏହି ଖେଳାଳିଙ୍କୁ ସେମାନଙ୍କ ଦେଶମାନଙ୍କୁ ଫେରାଇବା ପାଇଁ ସେମାନଙ୍କ ନିଜ ନିଜ କ୍ରିକେଟ ବୋର୍ଡ ଏବଂ ଦୂତାବାସ ସହ ମିଳିତ ଭାବେ କାର୍ଯ୍ୟ କରୁଛି ।
Comments are closed, but trackbacks and pingbacks are open.