୪୮ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ୍ ସେବା !

23

ସମ୍ବଲପୁରରେ ଶୋଭାଯାତ୍ରାରେ ପଥରମାଡ । ଏହି ଘଟଣାକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ । ସେହିଭଳି ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତେଜନା ଦେଖିବାକୁ ମିଳିଥିଲା । ୬ଟି ଥାନା ଅଂଚଳରେ ୪୮ ଘଂଟା ପାଇଁ ୧୪୪ ଧାରା କରାଯାଇଛି । ପଥରମାଡରେ ୧୦ ପୁଲିସଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସମନ୍ୱୟ ସିମିତିର କର୍ମକର୍ତା ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ସମ୍ବଲପୁର ଅତିରିକ୍ତ ଏସିପି ଓ ଧନୁପାଲ୍ଲୀ ଆଇଆଇସି ଅଛନ୍ତି । ଆହତଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ବି ଅଛନ୍ତି । ଆସନ୍ତାକାଲି ପାଳିତ ହେବ ହନୁମାନ ଜୟନ୍ତୀ ।

ତା ପୂର୍ବରୁ ଗତକାଲି ଧନୁପାଲି ଛକରୁ ରାଲି ବାହାରିଥିଲା । ଆଉ ରାଲି ଗଲାବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ଅଟକାଇବାକୁ ଉଦ୍ୟମ କଲା ବେଳେ ପୁଲିସ ଉପରେ ପଥରମାଡ ହୋଇଛି । ଏହି ଘଟଣାରେ ୨୫ ଜଣଙ୍କୁ ଅଟକ ରଖିଛି ପୁଲିସ୍ । ଏହି ଘଟଣାରେ ପରେ ଆଲର୍ଟରେ ଅଛି ପୁଲିସ । ସବୁ ଛକରେ ପୁଲିସ ମୁତୟନ ଅଛନ୍ତି । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ସହରରେ ବର୍ତମାନ ୧୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।

Comments are closed, but trackbacks and pingbacks are open.