ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦ୍‍ଯାପିତ

23

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଉଦ୍‍ଯାପନୀ ଦିବସ । ପୂର୍ବାହ୍ଣ ଅଧିବେଶନ ଆରମ୍ଭ ହୋଇଥିଲା ଭାରତ ନୃତ୍ୟ ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଦୁର୍ଗାସ୍ତୁତି ପରିବେଷଣରୁ । ଅପରାହ୍ଣ ଅଧିବେଶନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦେବଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ଯୋଗିନୀ ଯୋଗ ରୂପା ପରିବେଷଣରୁ । ସନ୍ଧ୍ୟା ଅଧିବେଶନର ପ୍ରଥମ କାର୍ଯ୍ୟକ୍ରମ ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ନିରଞ୍ଜନ ରାଉତଙ୍କ ଦ୍ୱାରା ଅଭିନୟ ତୋ ଲାଗି ଗୋପ ଦାଣ୍ଡ ମନାରେ କାଳିଆ ସୁନା, ସିମ୍‍ରନ ଜମାନ୍‍ଙ୍କ ଦ୍ୱାରା ଅଭିନୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ ପରିବେଷିତ ହୋଇଥିଲା । ପରବର୍ତ୍ତୀ ନୃତ୍ୟଶିଳ୍ପୀମାନେ ଥିଲେ ଯାଜ୍ଞଦତ୍ତା ପ୍ରଧାନ, ଦ୍ୱୈତ୍ୟ ନୃତ୍ୟ ପର୍ଯ୍ୟାୟରେ ସୋନାଲ ଆଚାର୍ଯ୍ୟ ଓ ସାଗରୀିକା ମହାନ୍ତି, ଏକକ ନୃତ୍ୟ ପର୍ଯ୍ୟାୟରେ ଅନନ୍ୟା ପରିଡ଼ା, ଶୀତଲ କର, ମାନସ ରଞ୍ଜନ ସାହୁ, ପ୍ରିୟଦର୍ଶିନୀ ପ୍ରଧାନ ଏବଂ ଶେଷରେ ଇନ୍ଦ୍ର କଳା ସଙ୍ଗୀତ ବିଦ୍ୟାଳୟର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତତ ହୋଇଥିଲା । ସନ୍ଧ୍ୟା ଅଧିବେଶନର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଅରୁଣା ମହାନ୍ତି, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବୋଧ ଆଚାର୍ଯ୍ୟ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡଃ଼. ଅନୁଜା ତାରିଣୀ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଡଃ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.