ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ

23

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଥିଲେ। ଦୀର୍ଘ ଦେଢ଼ ବର୍ଷ ହେଲା ଲାଗିଥିବା କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ ବୋଲି କୁହାଯାଇଥିଲା। ଆଜି ଡିଜିସିଏ ଏହି ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି।

ଡିଜିସିଏ କହିଛି ଯେ ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଛି। କିନ୍ତୁ ଡିଜିସିଏ ଦ୍ୱାରା ଅନୁମତି ପ୍ରାପ୍ତ ଅନ୍ତର୍ଜାତୀୟ ବିମାନ ସେବା ଓ ଅନ୍ତର୍ଜାତୀୟ କାର୍ଗୋ ସେବା ଜାରି ରହିବ। ସେହିପରି ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା ମୁକ୍ତ ରହିଛନ୍ତି।

Leave A Reply

Your email address will not be published.