ଭୁବନେଶ୍ୱର: କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍ଘାଟିତ ହୋଇଯାଇଅଛି। ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିଥିଲେ। ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼.ୟେଦୁଲା ବିଜୟ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବ୍ୟାଡ଼ମିଣ୍ଟନ ଏସିଆ ଫେଡ଼େରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦେଶରୁ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଛନ୍ତି। ପୁରୁଷ ସିଙ୍ଗଲସ, ମହିଳା ସିଙ୍ଗଲ, ପୁରୁଷ ଡବଲସ, ମହିଳା ଡବଲସ ଏବଂ ମିକ୍ସଡ ଡବଲସ ଟାଇଟଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।
Comments are closed, but trackbacks and pingbacks are open.