ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା କିମ୍ବା ରାସ୍ତାରେ ଷ୍ଟଣ୍ଟ କରୁଥିବା ଚାଳକ ଙ୍କ ପାଇଁ ଏକ ଚେତାବନୀ l ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଡ୍ରାଇଭରଙ୍କ ଭୁଲ ଯୋଗୁ ମୃତ୍ୟୁ ଘଟେ, ବୀମା କମ୍ପାନୀଗୁଡ଼ିକ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହଁନ୍ତି।ମାମଲାଟି କର୍ଣ୍ଣାଟକର ହାସନ ଜିଲାର। ୧୮ ଜୁନ ୨୦୧୪ରେ, ଏନ ଏସ ରବିଶା ନାମକ ଜଣେ ବ୍ୟକ୍ତି ତାଙ୍କ ବାପା, ଭଉଣୀ ଏବଂ ତାଙ୍କ ପିଲାମାନଙ୍କ ସହିତ ଏକ କାରରେ ଯାତ୍ରା କରୁଥିଲେ। ନିଜେ ଚଳାଉଥିବା ରବିଶା ଲଗାତାର ଟ୍ରାଫିକ ନିୟମ ଭାଙ୍ଗି ଦ୍ରୁତ ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା ବେଳେ ଆର୍ସିକେରେ ସହର ପୂର୍ବରୁ ମାଇଲାନହଲ୍ଲି ଅଞ୍ଚଳରେ ତାଙ୍କ କାର ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ରବିଶାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ପରିବାର ବୀମା କମ୍ପାନୀଠାରୁ ୮୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲା। ପରିବାର କ୍ଷତିପୂରଣ ରାଶି ଏହି ତଥ୍ୟ ଉପରେ ଆଧାରିତ କରିଥିଲା ଯେ ସେ ପ୍ରତି ମାସରେ ୩ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ପୋଲିସ ରିପୋର୍ଟ ଆଧାରରେ ବୀମା କମ୍ପାନୀ ବୀମା ରାଶି ଦେବାକୁ ମନା କରି ଦେଇଥିଲା ଯେ ରବିଶା ନିଜେ ଦୁର୍ଘଟଣା ପାଇଁ ଦାୟୀ। ଏହା ବିରୁଦ୍ଧରେ, ପରିବାର ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ କୁ ଯାଇଥିଲା। ଟ୍ରିବ୍ୟୁନାଲ କମ୍ପାନୀର ଯୁକ୍ତିକୁ ସମର୍ଥନ କରିଥିଲା। କର୍ଣ୍ଣାଟକ ହାଇକୋର୍ଟ ୨୦୦୯ ମସିହାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଉଦ୍ଧୃତ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ପରିବାରକୁ ପ୍ରମାଣ କରିବାକୁ ପଡିବ ଯେ ଦୁର୍ଘଟଣାରେ ମୃତକଙ୍କ ଦୋଷ ନାହିଁ। ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜ ଅବହେଳା ଯୋଗୁ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ତାଙ୍କ ପରିବାର ବୀମା କ୍ଷତିପୂରଣ ପାଇପାରିବେ ନାହିଁ। ବର୍ତ୍ତମାନ ଜଷ୍ଟିସ ପି ଏସ ନରସିଂହ ଏବଂ ଜଷ୍ଟିସ ଆର ମହାଦେବନଙ୍କ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।
Comments are closed, but trackbacks and pingbacks are open.