୧୭ ହଜାର ବଦଳରେ ତପସ୍ବିନୀଙ୍କୁ ମାସିକ ୧୦ ହଜାର ଦେବେ ସ୍ୱାମୀ ସୁମିତ

14

ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ବିନୀ ପାରିବାରିକ ବିବାଦ ମାମଲା । ସୁମିତଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ଦିଆଉଥିବା ମାସିକ ପାରିତୋଷିକ ହ୍ରାସ କରାଯାଇଛି । ମାସିକ ୧୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପରିତୋଷିକ ହ୍ରାସ ପାଇଁ ଅପିଲ ହୋଇଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୂ ଘରେ ରହିବେ ବୋଲି କହିଛନ୍ତି କୋର୍ଟ । ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏନେଇ ସୂଚନା ଦେଇଛନ୍ତି। ଆଗରୁ ସୁମିତ ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ ପଡ଼ୁଥିଲା । ତେବେ କୋର୍ଟ ତାଙ୍କ ରାୟରେ ଆହୁରି ମଧ୍ୟ କହିଛନ୍ତି ପରବର୍ତ୍ତୀ ଶୁଣାଣି ଯାଏ ଶାଶୁଘରେ ରହିବେ ତପସ୍ବିନୀ । ଅନ୍ୟତ୍ର କେଉଁ ସ୍ଥାନରେ ରହିବାକୁ କୁହାଯାଇ ନାହିଁ । ଏନେଇ ତପସ୍ବିନୀଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.