ହ୍ୟାକ୍‌ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍,ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ

438

ଭୁବନେଶ୍ୱର: ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ ହୋଇଛି। କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା। ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ୱବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେହିପରି ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।

Comments are closed, but trackbacks and pingbacks are open.