ପୁରୁଣା କୋଠାରୁ ପିଢିଙ୍କୁ ଯୋଗାଇବା ପ୍ରେରଣା

71

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ଗଣତନ୍ତ୍ରର ପ୍ରତୀକ ଥିବା ପୁରୁଣା ସଂସଦ ଭବନ ଆଜି ଇତିହାସର ପୃଷ୍ଠାରେ ରେକର୍ଡ ହେବ । ଆଜି ଗଣେଶ ଚତୁର୍ଥୀରୁ  ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସଂସଦର ଏୗତିହ୍ୟ ଏବଂ ଗର୍ବର ସାକ୍ଷୀ ଥିବା ପୁରୁଣା ସଂସଦ ଭବନରୁ ଆଜି ସମସ୍ତ ସାଂସଦ ନୂତନ କୋଠାକୁ ଯିବେ  । ଆଜିଠାରୁ ନୂତନ ବିଲ୍ଡିଂ ରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ।

ଏଥିପାଇଁ ଏକ ସ୍ମୃତି ଚାରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବାକୁ  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରାଯାଇଛି  । ସେହିପରି ସଂସଦର ଉଭୟ ସଦନରେ ସଦସ୍ୟ ରହିଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବୁ ସୋରେନଙ୍କୁ  ମଧ୍ୟ ନିମନ୍ତ୍ରଣ କରାଯାଇଛି  । ପ୍ରାୟ ଦେଢ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  ।   ସେଣ୍ଟ୍ରାଲ ହଲରେ କାର୍ଯ୍ୟକ୍ରମ ପୂର୍ବରୁ ୩ଟି ଅଲଗା ଅଲଗା ଗ୍ରୃପର ଫଟୋ ଉଠାଯିବ  । ଏହି ଫଟୋ ଗୁଡିକ  ପୁରୁଣା ସଂସଦ ଭବନରେ ଉଠାଯିବାର ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ବିଲ୍ଡିଂରେ ପହଞ୍ଚିବେ।  ପରେ ସମସ୍ତ ସାଂସଦ ନୂତନ ପରିଚୟ ପତ୍ର ସହିତ ନୂତନ ଭବନରେ ପ୍ରବେଶ କରିବେ।   ନୂତନ ବିଲ୍ଡିଂରେ ଅପରାହ୍ନ ୧ଟା ୧୫ରେ ଲୋକସଭାର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟସଭାର ଅପରାହ୍ନ ୨ଟା ୧୫ ରେ ଆରମ୍ଭ ହେବ  ।  ଗତକାଲି ପ୍ରଧାନମନ୍ତ୍ରୀ ପୁରଣା ସଂସଦ ଭବନର ଶେଷ ଦିନରେ ସ୍ମୃତି ବଖାଣିଥିଲେ  । ସଂସଦର ନୂଆ ଭବନକୁ ସ୍ଥାନାନ୍ତର କରିବା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏପରି ଏକ ମୁହୁର୍ତ୍ତ ଯାହା ଅତୀତ ସହ ଭବିଷ୍ୟତକୁ ସଂଯୋଗ କରିବ । ଆମେ ନୂତନ କୋଠାକୁ ଯାଇପାରିବା କିନ୍ତୁ ପୁରୁଣା କୋଠା ମଧ୍ୟ ପିଢ଼ିକୁ ପ୍ରେରଣା ଯୋଗାଇବ। ଏହା ଭାରତର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ।

Comments are closed, but trackbacks and pingbacks are open.