ଦ୍ଵିତୀୟ ଦିନ ପାଇଁ ରାଜ୍ୟରେ ଖସିଲା ସଂକ୍ରମଣ: ରାଜ୍ୟରେ ୮,୮୪୫ ଜଣ ସଂକ୍ରମିତ ଚିହ୍ନଟ ,୭ ମୃତ

0 22

ରାଜ୍ୟରେ ଲଗାତାର ଦ୍ଵିତୀୟ ଦିନ ପାଇଁ ସଂକ୍ରମଣ କମିଛି I ଗତ କିଛି ଦିନ ଧରି କରୋନା ସଂକ୍ରମଣ ବୃଦ୍ଧି ପାଇ ୧୦ ହଜାର ଉପରେ ରହୁଥିବାବେଳେ ଆଜି ଦ୍ଵିତୀୟ ଦିନ ପାଇଁ ସଂକ୍ରମଣ ହାର କମି ୮,୮୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ସଂକ୍ରମିତ ଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଛି I ମୃତକ ମାନେ ଅନୁଗୁଳରୁ ୨ ଜଣ, ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି I ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ସଂକ୍ରମିତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୩୭୧୭ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୯୨୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୯୯ ହଜାର ୪୨୩ ରହିଥିବା ବେଳେ ୮୮ ହଜାର ୧୫୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.