ନୂଆଦିଲ୍ଲୀ: ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟା ୫% କମାଇବାକୁ DGCA ନିର୍ଦ୍ଦେଶ ଦେଇଛି। ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍ କମାଇବାକୁ ନିର୍ଦ୍ଦେଶ। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା। କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା। ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ। ନୂଆ ନିର୍ଦ୍ଦେଶ ଅନୁସାରେ ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦ କମିବ। କାଲି ଅପରାହ୍ନ ୫ଟା ସୁଦ୍ଧା ସଂଶୋଧିତ ସିଡ୍ୟୁଲ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ, ବେସାମରିକ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ଯଦି ଇଣ୍ଡିଗୋ ନିଜର ଆଭିମୁଖ୍ୟ ନବଦଳାଇବ ତେବେ ଆକ୍ସନ ଆହୁରି କଡ଼ା ନିଆଯାଇପାରେ । ଆମେ ଇଣ୍ଡିଗୋର ମାର୍ଗ ଆହୁରି କମ୍ କରିବୁ। ଏବେ ୨,୨୦୦ଉଡାଣ ହେଉଛି । ଆମେ ନିଶ୍ଚିତ ଭାବରେ ଏହାକୁ କମ୍ କରିବୁ । ୧ ରୁ ୮ ଡିସେମ୍ବ ପର୍ଯ୍ୟନ୍ତ ରଦ୍ଦ ହୋଇଥିବା ୭,୩୦୦,୬୫୫ ପିଏନ୍ଆର ପାଇଁ ୭୪୫ କୋଟି ଟଙ୍କା ଦିଆଯାଇ ସାରିଛି । ଏହା ବ୍ୟତୀତ ୯୦୦୦ ଯାତ୍ରୀଙ୍କ ବ୍ୟାଗ୍ରୁ ୬୦୦୦ବ୍ୟାଗ୍ ଫେରାଇ ଦିଆସରିଛି ।
ସୂଚନାଥାଉ କି, ଡିସେମ୍ବର ୨ରୁ ଏକାଧିକ ବିମାନ ଉଡ଼ାଣ ବାତିଲ ହେବା ପରେ ଯାତ୍ରୀଙ୍କ କ୍ରୋଧ ବୃଦ୍ଧି ପାଉଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କହିଛି ଯେ, ନୂତନ ଉଡ଼ାଣ ଡ୍ୟୁଟି ସମୟ (FDTL) ନିୟମ ଏବଂ କର୍ମଚାରୀ ଅଭାବ ଯୋଗୁଁ ଇଣ୍ଡିଗୋ ଗତ କିଛି ଦିନ ଧରି ନିଜର ନିରନ୍ତର ସେବା ଦେଇପାରୁନି । ଉଡ଼ାଣ ବାତିଲ ହେବା ଫଳରେ ବିମାନବନ୍ଦରଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହେଉଛି, ଯାହା ଫଳରେ ଲକ୍ଷ ଲକ୍ଷ ଯାତ୍ରୀ ହଇରାଣ ହେଉଛନ୍ତି ।
Comments are closed, but trackbacks and pingbacks are open.