T-20 ବିଶ୍ଵ କପ୍‌ରେ ଭାରତର ପ୍ରଥମ ବିଜୟ

23

ଦୁବାଇ ଠାରେ ଖେଳାଯାଉଥିବା T-20 ବିଶ୍ଵ କପ୍‌ରେ ଭାରତ ପ୍ରଥମ ବିଜୟ ହାସଲ କରିଛି ନିଜର ଖାତା ଖୋଲିଛି । ପ୍ରଥମ ଦୁଇଟି ମ୍ୟାଚ୍‌ପାକିସ୍ତାନ ଓ ନିଉଜିଲାଣ୍ଡ ନିକଟରୁ ଶୋଚନୀୟ ପରାଜୟ ପରେ ଆଜି ଆଫଗାନିସ୍ତାନ ମୁକାବିଲାରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଦଳ। ଏହା ଫଳରେ ପ୍ରଥମ ପାରିରେ ଭାରତ ୨ ଵିକେଟ ହରାଇ ୨୧୦ ରନର ବିଶାଳ ସ୍କୋର କରିଥିଲା ଏବଂ ଆଫଗାନିସ୍ଥାନ କୁ ୨୧୧ ବିଜୟ ଲକ୍ଷ ଦେଇଥିଲା I
ଆଜି ପ୍ରଥମେ ଆଫଗାନିସ୍ତାନ ଟସ ଜିଣି ବୋଲିଂ ନିଷ୍ପତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଆରିଥିଲା I ଭାରତ ପକ୍ଷରୁ ଆଜି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଯୋଡି ଦମଦାର ଅର୍ଦ୍ଧଶତକୀୟ ଇନିଂସ ଏବଂ ଆର ଅଶ୍ଵିନଙ୍କ ଶାଣିତ ବୋଲିଂ ବଳରେ ଆଫଗାନିସ୍ତାନକୁ ୬୬ ରନର ବଡ ବ୍ୟବଧାନରେ ପରାଜିତ କରିଛି। ଏଥିସହ ବିଶ୍ଵ କପ୍‌ରେ ସେମି ଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି ବିରାଟ ବାହିନୀ।

ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୫ ଏବଂ ଋଷଭ ପନ୍ତ ୨୭ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ଆଫଗାନିସ୍ତାନ ୭ ଓ୍ଵିକେଟ୍ ହରାଇ ୧୪୪ ରନ କରିଥିଲା। ଆଉ ଭାରତ ମ୍ୟାଚ୍‌କୁ ୬୬ ରନରେ ଜିତି ନେଇଛି। ଭାରତ ପକ୍ଷରୁ ମହମ୍ମଦ ଶାମି ୩ ଓ ରବିଚନ୍ଦ୍ରନ ଅଶ୍ଵିନ ୧୪ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ।

୨୧୧ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ଆଫଗାନିସ୍ତାନ ୧୩ ରନରେ ଦୁଇ ଓପନର ମହମ୍ମଦ ଶେହଜାଦ(୦) ଓ ହଜରତୁଲ୍ଲା ଜଜାଇ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥଲା। ରହମନତୁଲ୍ଲା(୧୯), ଗୁଲବଦିନ ଗୁରବଜ(୧୮), ନଜିବୁଲ୍ଲା ଜରଦାନ(୧୧) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ମହମ୍ମଦ ନବି ୩୫ ରନର ଅଧିନାୟକ ଇନିଂସ ଖେଳିଥିଲେ। କରିମ ଜନତ ଦ୍ରୁତ ବ୍ୟାଟିଂ କରି ମାତ୍ର ୨୨ ବଲ୍‌ରୁ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଓ ୨ ଛକା ସାମିଲ। ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରିନଥିଲା। ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ଆଫଗାନିସ୍ତାନ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ମ୍ୟାଚ୍‌କୁ ୬୬ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି।

Leave A Reply

Your email address will not be published.