ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମି ସେମିକଣ୍ଡକ୍ଟଟର ଉତ୍ପାଦନ ୟୁନିଟ

34

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨ରେ ଏକ ଉଲ୍ଲେଖନୀୟ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭାରମ୍ଭ ହୋଇଛି । ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯୁକ୍ତରାଜ୍ୟ ଇଂଲଣ୍ଡର କମ୍ପାନୀ ଏମ୍‌ରାମ୍‌ ଓ ଏସ୍‌ରାମ ଗ୍ରୁପ୍‌ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗରେ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକ୍ଟଟର ଫାବି୍ରକେସନ୍‌ ୟୁନିଟ୍‌ ସ୍ଥାପନ କରିବା ପ୍ରସ୍ତାବ ରହିଛି ବୋଲି ଗ୍ରୁପ୍‌ କର୍ତ୍ତୃପକ୍ଷ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସର୍ବମୋଟ ୨ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋରେ ଆଗାମୀ ୨ ମାସ ମଧ୍ୟରେ ଏହି କମ୍ପାନୀ ସ୍ଥାପନ ଫଳରେ ୪୦୦ରୁ ୫୦୦ ନିଯୁକ୍ତିର ପ୍ରତ୍ୟକ୍ଷ ସୁଯୋଗ ମିଳିବା ସହିତ ପରୋକ୍ଷ ଭାବେ ବହୁସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ । ୱାଶିଂମେସିନ୍‌ଠାରୁ ଆରମ୍ଭ କରି ଏରୋପ୍ଲେନ୍‌ରେ ବ୍ୟବହାର କରାଯାଇପାରୁଥିବା ଏହି ସେମିକଣ୍ଡକଫର ଚିପ୍‌ ପାଇଁ ଭାରତ ପୂର୍ବରୁ ଚୀନ୍‌, ତାଇୱାନ୍‌, କୋରିଆ ଆଦି ରାଷ୍ଟ୍ର ଉପରେ ନିର୍ଭର କରୁଥିଲା ।

ଓଡ଼ିଶାରେ ଏହି ୟୁନିଟ୍‌ ପ୍ରତିଷ୍ଠା ଫଳରେ ସେମିକଣ୍ଡକଫର ଚିପ୍‌ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଯନ୍ତ୍ରିକ ଉପକରଣର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନକାରୀ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତଥା ଓଡ଼ିଶାରେ ଉପଲବ୍ଧ ସୁଦକ୍ଷ ମାନବସମ୍ବଳକୁ ଦୃଷ୍ଟିରେ ରଖି ଇଂଲଣ୍ଡର ଏହି କମ୍ପାନୀ ଓଡ଼ିଶାରେ ତାଙ୍କ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିବା ବିଷୟ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରୋଜେକଫର ମୁଖ୍ୟ ତଥା କମ୍ପାନୀର ଉପାଧ୍ୟକ୍ଷ ଡ. ଗୁରୁଜୀ କ ଦେଓ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେଇଥିଲେ । ୁମାରନ୍‌ ସ୍ୱାମୀ ଏବଂ ଓଡ଼ିଶା ପ୍ରୋଜେକଫର ପ୍ରାଧିକୃତ ମୁଖ୍ୟ ଡ. ଡି. ସିଂହ I

Comments are closed, but trackbacks and pingbacks are open.