ଭାରତକୁ ମାଳଦ୍ଵୀପ ରାଷ୍ଟ୍ରପତି ମୁଇଜୁଙ୍କ ନାଲିଆଖି

23

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି, ଅନ୍ୟପଟେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି । “ଆମେ ଛୋଟ ହୋଇଥାଇପାରୁ କିନ୍ତୁ ଏହା ଆମକୁ ଶୋଷଣ କରିବାକୁ କାହାକୁ ଲାଇସେନ୍ସ ଦିଏ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମୁଇଜୁ ଏହା ମଧ୍ୟ କହିଛନ୍ତି ଯେ ଭାରତ ମହାସାଗର କୌଣସି ଗୋଟିଏ ଦେଶର ନୁହେଁ। ମାଳଦ୍ୱୀପ କୌଣସି ଦେଶର ପଛପଟେ ନାହିଁ।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତତା ଦେଇ ଗତି କରୁଥିବା ବେଳେ ଏବଂ ସେ ନିଜେ ଚୀନ ଗସ୍ତରୁ ଫେରି ଏହି ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର ରାଜନେତାମାନେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେବା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢିଛି। ଏଥିପାଇଁ ଜାନୁଆରି ୭ ତାରିଖରେ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛି ମୁଇଜୁ ସରକାର।

ନିକଟରେ ମାଳଦ୍ୱୀପ ରାଷ୍ଟ୍ରପତି ୫ ଦିନିଆ ଚୀନ ଗସ୍ତରେ ଯାଇଥିଲେ। ରାଷ୍ଟ୍ରପତି ହେବା ପରେ ମୁଇଜୁ ନିଜର ଚୀନ ଯାଇଥିଲେ। ଏହି ଗସ୍ତ ସମୟରେ ସେ ମାଳଦ୍ୱୀପକୁ ପର୍ଯ୍ୟଟକ ପଠାଇବା ପାଇଁ ଚୀନକୁ ଅନୁରୋଧ କରିଛନ୍ତି ।

ଭାରତ ସହ ବିବାଦ ପରେ ମାଳଦ୍ୱୀପର ପର୍ଯ୍ୟଟନ କ୍ଷେତ୍ର ରେ ଏକ ବଡ ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତରେ ବିଭିନ୍ନ ବର୍ଗର ସେଲିବ୍ରିଟିମାନେ ମଧ୍ୟ ଛୁଟି କାଟିବା ପାଇଁ ମାଳଦ୍ୱୀପ ନଯାଇ ଭାରତର ସୁନ୍ଦର ସ୍ଥାନବୁଲିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ଏହା ସହ ଅନେକ ସଂସ୍ଥା ମଧ୍ୟ ମାଳଦ୍ୱୀପ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି।

Comments are closed, but trackbacks and pingbacks are open.