T-20 ବିଶ୍ୱକପରେ ଭାରତର ଅଭିଯାନ ଶେଷ

19

ଚଳିତ ତ-୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ Iଧୂଳିସାତ୍‌ ହେଲା ବିରାଟ ବାହିନୀର ସେମି ଫାଇନାଲ ଆଶା । ଆଫଗାନିସ୍ତାନ କୁ ହରାଇ ଅତି ସହଜ ରେ ମ୍ୟାଚ ଜିତି ସେମିଫାଇନାଲ କୁ ସିଧାସଳଖ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ୮ ଓ୍ବିକେଟ ହରାଇ ୧୨୪ ରନ କରିଥିଲା । ଜବାବରେ ୧୮.୧ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୧୨୫ରନ ହାସଲ କରିନେଇଛି ନ୍ୟୁଜିଲାଣ୍ଡ । ପାକିସ୍ତାନ ପରେ ଦ୍ବିତୀୟ ଦଳ ଭାବେ ସେମିରେ ପହଞ୍ଚିଛି ନ୍ୟୁଜିଲାଣ୍ଡ ଟିମ । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ନ୍ୟୁଜିଲାଣ୍ଡ । ଆଜି ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲେ ଭାରତ ସେମି ଖେଳିବା ନେଇ ଆଶା ଉଜ୍ଜୀବିତ ଥିଲା

ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ୍‌ ଗପଟିଲ ୨୮ ରନ କରି ଆଉଟ ହୋଇଥିବା ବେଳେ, ଡାରିଲ ମିଚେଲ ୧୭ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ କେନ୍‌ ଓ୍ବିଲିୟମସନ ୪୦ ଏବଂ ଡେଭୋନ୍‌ କୋନଓ୍ବେ ୩୬ ରନକରି ଅପରାଜିତ ଅଛନ୍ତି । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ୪ ଓଭରରେ ୨୬ ରନ ଦେଇଥିବା ବେଳେ, ମୁଜିବ ଉର ରେହମାନ ୪ ଓଭରରେ ୧ ଓ୍ବିକେଟ, ନବୀନ ଉଲ ହକ୍ ୨ ଓଭରରେ ୧୬ରନ, ହମିଦ ହସନ ୩ ଓଭରରେ ୧୪ରନ, ରାସିଦ ଖାନ ୪ ଓଭରରେ ୨୭ରନ ୧ ଓ୍ବିକେଟ ଏବଂ ଗୁଲାବୁଦ୍ଧିନ ନଇବ ୧.୧ ଓଭରରେ ୯ରନ ଦେଇଛନ୍ତି ।

ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦଳ ଭାବେ ଟି ୨୦ ବିଶ୍ବକପର ସେମି ଫାଇନାଲରେ ପ୍ରବେଶ କରିଛି । ଯାହା ଫଳରେ ଭାରତ ଏବଂ ଆଫଗାନିସ୍ତାନ ଉଭୟଙ୍କର ସେମି ଫାଇନାଲ ଆଶା ମଉଳି ଯାଇଛି ।

Leave A Reply

Your email address will not be published.