ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ନାମ ଘୋଷଣା

218

ନୂଆଦିଲ୍ଲୀ: ଜୁନ୍ ମାସରେ ଭାରତୀୟ ସିନିୟର କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବ। ଭାରତର ୧୯ ବର୍ଷରୁ କମ୍ ଦଳ ମଧ୍ୟ ଏହି ମାସରେ ଇଂଲଣ୍ଡ ଗସ୍ତ କରିବ। ଏଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ୨୦୨୫ ଆଇପିଏଲରେ ସିଏସକେ ପାଇଁ ଖେଳିଥିବା ଆୟୁଷ ମହାତ୍ରେଙ୍କୁ ଦଳର ନେତୃତ୍ଵ ଦିଆଯାଇଛି। ଆଇପିଏଲରେ ୩୫ ବଲ୍‌ରେ ଶତକ ହାସଲ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି। ଆଜି ଜାରି ହୋଇଥିବା ଏକ ବିବୃତ୍ତିରେ ବିସିସିଆଇ କହିଛି ଯେ, “ଜୁନିୟର କ୍ରିକେଟ୍ କମିଟି ଜୁନ ୨୪ ରୁ ଜୁଲାଇ ୨୩, ୨୦୨୫ ପର୍ଯ୍ୟନ୍ତ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତ ୧୯ ବର୍ଷରୁ କମ୍ ଦଳ ଚୟନ କରିଛି। ଏହି ଗସ୍ତରେ ଏକ ୫୦ ଓଭର ଅଭ୍ୟାସ ମ୍ୟାଚ୍, ପରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଏବଂ ଇଂଲଣ୍ଡ ୧୯ ବର୍ଷରୁ କମ୍ ବିପକ୍ଷରେ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ଅନ୍ତର୍ଭୁକ୍ତ।” ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ମୌଲ୍ୟରାଜ ସିଂ ଚାଭଡା, ରାହୁଲ କୁମାର, ଅଭିଗାନ୍ କୁଣ୍ଡୁ (ଉପ-ଅଧିନାୟକ ତଥା ୱିକେଟ୍ କିପର), ହରବଂଶ ସିଂ (ୱିକେଟ୍ କିପର), ଆର.ଏସ୍ ଅମ୍ବ୍ରିସ୍, କନିଷ୍କ୍ ଚୌହାନ, ଖିଲାନ୍ ପଟେଲ, ହେନିଲ ପଟେଲ, ଯୁଦ୍ଧାଜୀତ ଗୂହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନାନ, ଆଦିତ୍ୟ ରାଣା, ଅନମୋଲଜିତ୍ ସିଂ। ଷ୍ଟାଣ୍ଡବାଇ ଖେଳାଳି: ନମନ ପୁଷ୍ପକ, ଡି ଦୀପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳଙ୍କ୍ରିତ ରାପୋଲ (ୱିକେଟ୍ କିପର)।

Comments are closed, but trackbacks and pingbacks are open.