ଭାରତୀୟ ରେଳବାଇର ବଡ଼ ନିଷ୍ପତି : ଟ୍ରେନ୍‌ ଗାର୍ଡ ନୁହେଁ କୁହାଯିବ ‘ଟ୍ରେନ ମ୍ୟାନେଜର’

17

ଭାରତୀୟ ରେଳବାଇ ରେଳ କର୍ମଚାରୀଙ୍କ ପୁରୁଣା ଚାହିଦା ପୂରଣ କରିଛି I ଦୀର୍ଘ ଦିନ ଧରି ରେଳ କର୍ମଚାରୀ ସଂଘ ର ଦାବି ଅନୁସାରେ ଏଣିକି ଭାରତୀୟ ରେଳବାଇରେ ରେଳ ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ । ଏହି ପରିପ୍ରେକ୍ଷୀରେ ସମସ୍ତ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ରେଳ ବୋର୍ଡ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତେବେ ‘ଟ୍ରେନ ମ୍ୟାନେଜର’ ମାନଙ୍କର ପେ ସ୍କେଲ, ନିଯୁକ୍ତି ପ୍ରକ୍ରିୟା କିମ୍ବା ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ ।
ସେହିଭଳି ରେଲୱେ ବୋର୍ଡ ଆସିଷ୍ଟାଣ୍ଟ ଗାର୍ଡକୁ ‘ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଏବଂ ସିନିୟର ପାସେଞ୍ଜର ଗାର୍ଡକୁ ‘ସିନିୟର ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଗୁଡସ୍‌ ଗାର୍ଡଙ୍କୁ ଗୁଡସ୍‌ ଟ୍ରେନ୍‌ ମ୍ୟାନେଜର ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି । ଭାରତୀୟ ରେଳବାଇ ପକ୍ଷରୁ ଟୁଇଟ୍ କରି କହିଛି ଯେ, ପଦର ନାମ ପରିବର୍ତ୍ତନର ପ୍ରଭାବ ବେତନ ଉପରେ ପଡ଼ିବ ନାହିଁ । ଏହା ବ୍ୟତୀତ ସିନିୟର୍ ଓ ପ୍ରମୋସନ୍ ସହ ଜଡିତ ପ୍ରକ୍ରିୟାରେ ବି କୌଣସି ପ୍ରଭାବ ପଡ଼ିବ ନାହିଁ । କହିବା ଅର୍ଥ ହେଲା କେବଳ ପଦନାମ ନାମରେ ହିଁ ପରିବର୍ତ୍ତନ ଅଣାଯାଇଛି । ବାକି ସବୁକିଛି ପୂର୍ବରୁ ଯେମିତି ଥିଲା ସେପରି ରହିଛି । ସବୁ ଜୋନ୍ କୁ ଏହି ଆଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛି ରେଳବାଇ I
ସୂଚନା ଅନୁସାରେ , ୫ ପଦନାମ- ଆସିଷ୍ଟାଣ୍ଟ ଗାର୍ଡ, ଗୁଡସ୍ ଗାର୍ଡ, ସିନିୟର୍ ଗୁଡସ୍ ଗାର୍ଡ, ସିନିୟର୍ ପାସେଞ୍ଜର୍ ଗାର୍ଡ, ମେଲ୍ ଓ ଏକ୍ସପ୍ରେସ୍ ଗାର୍ଡ ରହିଛି । ନୂଆ ଆଦେଶ ପରେ ଏହି ପଦନାମ ସବୁ ବଦଳି ଆସିଷ୍ଟାଣ୍ଟ ମ୍ୟାନେଜର୍, ଗୁଡସ୍ ମ୍ୟାନେଜର୍, ସିନିୟର୍ ଗୁଡସ୍ ମ୍ୟାନେଜର, ସିନିୟର୍ ପାସେଞ୍ଜର୍ ମ୍ୟାନେଜର୍, ମେଲ୍ ଓ ଏକ୍ସପ୍ରେସ୍ ମ୍ୟାନେଜର୍ ହୋଇଛି । ତେବେ ପଦନାମ ବଦଳାଇବା ନେଇ ଲମ୍ବା ସମୟରେ ଦାବି ହୋଇଆସୁଥିଲା । ଏବେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.