ପର୍ତ୍ତୁଗାଲରେ ଭାରତୀୟ ଗର୍ଭବତୀ ପର୍ଯ୍ୟଟକଙ୍କ ମୃତ୍ୟୁ,ଇସ୍ତଫା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

20

‘ଅତିଥି ଦେଵୋ ଭଵ’ ଅର୍ଥ ର ନିଚ୍ଛକ ବାସ୍ତବତା ଦେଖିବାକୁ ମିଳିଛି ପର୍ତ୍ତୁଗାଲ ରେ I ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ନିଜର ନୈତିକ ମୂଲ୍ୟବୋଧ ଦୃଷ୍ଟିରୁ ନିଜ ପଦ ରୁ ଇସ୍ତଫା ଦେଇଛନ୍ତି ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ I ନିଜ ଦେଶର ନାଗରିକ ନହୋଇ ମଧ୍ୟ ଜଣେ ଅତିଥିଙ୍କ ସେବାରେ ଅବହେଳାକୁ ସ୍ୱୀକାର କରି କେମିତି ସମ୍ବେଦନଶୀଳ ଓ ନୈତିକ ଦାୟିତ୍ୱ ନିଆଯାଇପାରେ ତାର ଏହା ଏକ ଜ୍ୱଳନ୍ତ ଉଦାହରଣ ।

ରିପୋର୍ଟ ଅନୁସାରେ ରାଜଧାନୀ ଲିସ୍‌ବନରେ ଜଣେ ୩୪ ବର୍ଷୀୟ ବୟସ୍କ ଗର୍ଭବତୀ ଭାରତୀୟ ମହିଳା ପର୍ଯ୍ୟଟକଙ୍କୁ ମୁଖ୍ୟ ଡାକ୍ତରଖାନା ସାଣ୍ଟିଆ ମାରିଆ ରେ ଭର୍ତି କରାଯାଇଥିଲା I ମାତ୍ର ଶଯ୍ୟା ଅଭାବରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ଏକ ହସ୍ପିଟାଲ କୁ ସ୍ଥାନାନ୍ତର ସମୟରେ ହୃଦ୍‌ଘାତରେ ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ I କିନ୍ତୁ ଅସ୍ତ୍ରାପଚାର କରି ତାଙ୍କ ଗର୍ଭସ୍ଥ ଶିଶୁକୁ ବାହାର କରାଯାଇଥିଲା I ଶିଶୁଟି ସୁସ୍ଥ ଥିବା କୁହାଯାଉଛି।

ରାଜଧାନୀରେ ଏପରି ଘଟିଥିବାରୁ ଏହାକୁ ଗୁରୁତର ସହ ନିଆଯାଉଛି। ତେବେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହେଲା ସେନେଇ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କୋଭିଡ ମହାମାରୀ ସମୟରେ ଦେଶର ଟିକା ଅଭିଯାନକୁ ସଫଳତାର ସହ ପରିଚାଳନା କରିଥିଲେ ମାର୍ଟା ଟେମିଡୋ । ଯଦି ରାଜଧାନୀରେ ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳର ସ୍ଥିତି କ’ଣ ହେଉ ନ ଥିବା ବୋଲି ଗଣମାଧ୍ୟମ ପ୍ରଶ୍ନ କରିଛି। ଏହା ପୂର୍ବରୁ ପର୍ତ୍ତୁଗାଲ ସ୍ବାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠୁଥିଲା। କର୍ମଚାରୀ ଅଭାବ ସବୁଠାରୁ ବଡ଼ ସମସ୍ୟା ଥିଲା। ଏହି ସମସ୍ୟାକୁ ସମାଧାନ କରିପାରି ନ ଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ତେବେ ପୂର୍ବରୁ ମଧ୍ୟ ଏଇଭଳି ସମାନ ଘଟଣାରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା I

ଅନ୍ୟପଟେ ମାର୍ଟା ଟେମିଡୋଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ପର୍ତ୍ତୃଗାଲ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଘଟଣାର ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ କରିବା ପାଇଁ ପଦକ୍ଷେପ ଦିଆଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମହିଳା ପର୍ଯ୍ୟଟଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ। ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

Comments are closed, but trackbacks and pingbacks are open.