ମହଙ୍ଗା ହେବାକୁ ଯାଉଛି ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌

131

ନୂଆଦିଲ୍ଲୀ: ଆଗକୁ ଗାଡ଼ିର ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ବା ତୃତୀୟ ପକ୍ଷ ବୀମା କରିବା ମହଙ୍ଗା ହୋଇପାରେ। ଏଥିରେ ବୀମା ପ୍ରିମିୟମ୍‌ ପାଖାପାଖୀ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ସରକାରଙ୍କୁ ତୃତୀୟ ପକ୍ଷ ବୀମା ପ୍ରିମିୟମ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ଆଇଆର୍‌ଡିଏଆଇ ପକ୍ଷରୁ ପ୍ରିମିୟମରେ ହାରାହାରି ୧୮%ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି, ଯେତେବେଳେ କି କିଛି ବର୍ଗର ଗାଡ଼ିରେ ଏହି ବୃଦ୍ଧି ୨୦% ରୁ ୨୫% ପର୍ଯ୍ୟନ୍ତ ହୋଇପାରେ। ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନେବ। ଆସନ୍ତା ୨ ରୁ ୩ ସପ୍ତାହ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ମନ୍ତ୍ରଣାଳୟର ଅନୁମୋଦନ ପରେ, ସାଧାରଣ ସମ୍ମତି ପାଇଁ ଏକ ଚିଠା ବିଜ୍ଞପ୍ତି ଜାରି କରାଯିବ। ଏହାପରେ ପରାମର୍ଶ ନେବା ଏବଂ ସମୀକ୍ଷା କରିବା ଭଳି ଅନ୍ୟାନ୍ୟ ପ୍ରକ୍ରିୟା କରାଯିବ। ତା’ପରେ ହିଁ ଏହି ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ ହେବ।

Comments are closed, but trackbacks and pingbacks are open.