ବ୍ରିଟେନ୍‌ ଟିଭି ସୋ’ରେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକାଙ୍କ ଦାବି: ‘କୋହିନୂର ଭାରତକୁ ଫେରାଅ’

18

କୋହିନୂର ହୀରା ସବୁବେଳେ ଭାରତୀୟମାନଙ୍କ ଭାବନା ସହିତ ଜଡିତ। ସମୟ ସମୟରେ ବ୍ରିଟେନରୁ କୋହିନୂର ହୀରା ଭାରତକୁ ଆଣିବା ନେଇ ଦାବି ହୋଇଥାଏ। ପୁଣିଥରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଛି। ନିକଟରେ ବ୍ରିଟେନ୍‌ର ରାଜା ଚାର୍ଲ୍ସଙ୍କ ରାଜ୍ୟାଭିଷେକ ସମୟରେ ତାଙ୍କ ପତ୍ନୀ ଓ ରାଣୀ କାମିଲା କୋହୀନ ହୀରା ଲାଗିଥିବା ରାଣୀ ଏଲିଜାବେଥ୍‌ଙ୍କ ମୁକୁଟ ନପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ।ଏହାପରେ କୋହିନୂର ଭାରତକୁ ଫେରାଇ ଆଣିବାର ଦାବି ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ବ୍ରିଟେନ୍‌ ଏକ ଟିଭି ଚ୍ୟାନେଲରେ ଚର୍ଚ୍ଚା ହେଉଥିଲା। ସେଠାରେ ଲେଖିକା ଓ ଆଙ୍କର ଏମ୍ମା ଓ୍ବେବ ଓ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର କୌରଙ୍କ ଭିତରେ ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା।

ବିତର୍କ ସମୟରେ ଏମ୍ମା କହିଥିଲୋ ହୀରାର ମାଲିକାନାକୁ ନେଇ ବିବାଦ ହୋଇପାରେ। ଜବାବ୍‌ରେ ନରିନ୍ଦର କୌର ତାଙ୍କୁ ଇତିହାସ ପଢିବାକୁ ପରାମର୍ଶ ଦେଇଥିଲେ। ସେ କହିଛନ୍ତି, ଆପଣଙ୍କୁ ଇତିହାସ ବିଷୟରେ ପୁରା ପଢିବା ଦରକାର। ବିବାଦ ଏତେ ବଢିଯାଇଥିଲା ଯେ, ଏମ୍ମା କହିଥିଲେ, ସେତେବେଳେ ଶିଖ ସାମ୍ରାଜ୍ୟ ଲାହୋର ଉପରେ ମଧ୍ୟ ଶାସନ କରୁଥିଲା, ତେବେ କ’ଣ ପାକିସ୍ତାନ ମଧ୍ୟ ଏହା ଉପରେ ଦାବି କରିବ? ଶିଖ୍‌ ସାମ୍ରାଜ୍ୟ କୋହିନୂର ହୀରାକୁ ଇରାନ ସାମ୍ରାଜ୍ୟଠାରୁ ଚୋରାଇଥିଲା ଓ ଇରାନୀ ସାମ୍ରାଜ୍ୟ ମୋଗଲ ଶାସକଙ୍କ ଉପରେ ଆକ୍ରମଣ କରି ଏହାକୁ ଛଡାଇ ନେଇଥିଲା। ଏହି କାରଣରୁ କୋହିନୂର ହୀରା ଉପରେ ବିବାଦ ରହିଛି। ଏହାର ଉତ୍ତରେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା କହିଥିଲେ, ଆପଣ ଇତିହାସ ଜାଣନ୍ତି ନାହିଁ। ଏହି ବିଚାର ଉପନିବେଶବାଦ ଓ ରକ୍ତପାତ ସହିତ ଜଡିତ। ଏହି କୋହିନୂର ହୀରାକୁ ଭାରତକୁ ଫେରାଇ ଦିଆଯାଉ।

ଉଲ୍ଲେଖନୀୟ ଯେ, ବ୍ରିଟିସ୍‌ ନ୍ୟୁଜ ଚ୍ୟାନେଲର ‘ଗୁଡ୍‌ ମର୍ଣ୍ଣିଂ ବ୍ରିଟେନ୍‌’ ଶୋ’ ବେଳେ ଏହି ଯୁକ୍ତିତର୍କ ହୋଇଥିଲା। ଏଥିରେ ବହୁ ଗେଷ୍ଟ ଥିଲେ। ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ନରିନ୍ଦର କୌରୀ ଓ ବ୍ରଡକାଷ୍ଟର ଏମ୍ମା ଓ୍ବେବଙ୍କ ଭିତରେ କଡା ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ କୌର ଚିଲାଇବା ସହ କହିଥିଲେ, ଆପଣଙ୍କୁ ଇତିହାସ ବିଷୟରେ କିଛି ଜଣାନାହିଁ। ଆପଣ ଭାରତକୁ କୋହିନୂର ଫେରାଇ ଦିଅନ୍ତୁ। ଭିଡିଓକୁ ଟ୍ବିଟ୍‌ କରି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା କହିଛନ୍ତି, କୋହିନୂର ହୀର ଭାରତ ମାଟିରୁ ମିଳିଥିଲା। ଏହି କୋହିନୂର ବର୍ତ୍ତମାନ ଇଂରାଜୀ କାଳର କ୍ରୁର ଉପନିବେଶବାଦ ଇତିହାସର ପ୍ରତିନିଧିତ୍ବ କରୁଛି। ତାଙ୍କ ପାଖରେ ଉପନିବେଶୀକରଣରୁ ମିଳିଥିଲା ଏହି ହୀରାକୁ ରଖିବାର କୌଣସି ଅଧିକାର ନାହିଁ।

ଏହି ଭିଡିଓକୁ @GMB ନାମରେ ଟ୍ବିଟର ପେଜ୍‌ରେ ସେୟାର କରାଯାଇଛି। ଏହି ହାଣ୍ଡେଲରେ ବହୁ ଲୋକଙ୍କ ରିଆକ୍ସନ ଦେଖିବାକୁ ମିଳୁଛି। ଏହା ଉପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କୋହିନୂର ହୀରାକୁ ଆଣିବା ପାଇଁ ସମ୍ବିଧାନିକ ରାସ୍ତା ବାହାର କରିବେ। ବ୍ରିଟେନରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ରାଜ କରୁଥିବା ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ପରଲୋକ ପରେ ଭାରତରେ କୋହିନୂରକୁ ଫେରାଇ ନେବାର ଦାବି ପୁଣିଥରେ ବଢିଯାଇଛି।

Comments are closed, but trackbacks and pingbacks are open.