ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ… ତଦନ୍ତ ଆରମ୍ଭ

86

ନୂଆଦିଲ୍ଲୀ: ଇ-ମେଲ ମାଧ୍ୟମରେ ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ ଦିଆଯାଇଛି। ୧ କୋଟି ଟଙ୍କା ନ ଦେବାରୁ ଶାମିଙ୍କୁ ଏହି ଧମକ ଦିଆଯାଇଛି | ଏହା ଜଣାପଡ଼ିବା ମାତ୍ରେ, ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି | ଧମକ ପାଇବା ପରେ, ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଅମରୋହା ପୋଲିସକୁ ଏହି ବିଷୟରେ ଜଣାଇଥିଲେ। ଶାମି କହିଛନ୍ତି ଯେ, ସେ ପ୍ରଥମେ ୪ ମଇ ସନ୍ଧ୍ୟାରେ ଏକ ଇମେଲ୍ ପାଇଥିଲେ। ଏହା ପରେ,ସୋମବାର ୫ ମଇ ସକାଳେ ଦ୍ୱିତୀୟ ଇମେଲ୍ ଆସିଥିଲା। ଶାମିଙ୍କ ଭାଇ ମହମ୍ମଦ ହସିବ ପୋଲିସକୁ ଏ ବିଷୟରେ ଲିଖିତ ସୂଚନା ଦେଇଛନ୍ତି।

ମହମ୍ମଦ ଶାମି ଅମରୋହା ପୋଲିସରେ ଅଭିଯୋଗ କରିବା ମାତ୍ରେ, ଅମରୋହା କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, କର୍ଣ୍ଣାଟକର ପ୍ରଭାକର ନାମକ ଜଣେ ବ୍ୟକ୍ତି ମହମ୍ମଦ ଶାମିଙ୍କୁ ଏକ ମେଲ୍ ପଠାଇଛନ୍ତି, ଯେଉଁଥିରେ ସେ ୧ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.