ବ୍ୟାନ ହେବ ଭାରତୀୟ କଫ୍ ସିରପ!

28

ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାରଣ କରାଯାଇଛି । ଭାରତରେ ତିଆରି ହେଉଥିବା ୨ ପ୍ରକାରର କଫ ସିରପ୍‌ର ବ୍ୟବହାର ଉଜବେକିସ୍ତାନରେ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ନୋଏଡା ଭିତ୍ତିକ କମ୍ପାନୀ ମାରିଅନ ବାୟୋଟେକ୍‌ ପିଲାଙ୍କ ପାଇଁ ପ୍ରସ୍ତୁତ କରୁଥିବା ୨ ପ୍ରକାରର ସିରପ୍‌ ଉପରେ ଏପରି ରୋକ ଲଗାଯାଇଛି। ପିଲାଙ୍କ ପାଇଁ ଏହି ସିରପ୍‌ ସୁରକ୍ଷିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ୧୯ଜଣ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ ପକ୍ଷରୁ ଏହି ପଦେକ୍ଷପ ନିଆଯାଇଛି ।

ଡବ୍ଲୁଏଚଓ ତାର ୱେବସାଇଟେର ଏହାକୁ ନେଇ ଆଲର୍ଟ କରିଛି । ଡବ୍ଲୁଏଚଓ କହିଛି ଯେ, ଆମବ୍ରୋନୋଲ ସିରପ ଏବଂ ଡୋକ୍-୧ ମ୍ୟାକ୍ସ ସିରପର ନିର୍ମାତା ହେଉଛି ମାରିଅନ୍ ବୋୟୋଟକ୍ ପ୍ରାେଇଭଟ୍ ଲିମେିଟଡ୍ । ଯାହା ଭାରତର ଉତ୍ତରପ୍ରେଦଶେର ରହିଛି । ହେଲେ ଏହି କମ୍ପାନୀ ନିରାପତ୍ତା ଉପେର ଉତ୍ପାଦଗୁଡିକର ଗୁଣବତ୍ତା ଏବଂ ଗ୍ୟୋରଣ୍ଟି ପ୍ରଦାନ କରିନାହାଁନ୍ତି । କିଛି ଦିନ ତଳେ ମାରିଅନ ବାୟୋଟେକର କଫ୍‌ ସିରପ ଖାଇ ଉଜବେକିସ୍ତାନରେ ୧୯ଜଣ ଛୋଟ ପିଲା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା।

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପ୍ରଡକ୍ଟର ଯାଞ୍ଚ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶ ସରକାର ମଧ୍ୟ କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ଏଯାଏ କମ୍ପାନୀ ଆବଶ୍ୟକ ଉତ୍ତର ଦେଇ ପାରି ନଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.