ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କଲେ ଭାରତୀୟ ବକ୍ସର

31

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତୀୟ ବକ୍ସର । ଏହି ପ୍ରତିଯୋଗିତାରେ ଭାରତର ୪ଜଣ ବକ୍ସର ସ୍ୱର୍ଣ୍ଣ ପଦକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ରବିବାର ୭୦ରୁ ୭୫ କିଗ୍ରା ବିଭାଗରେ ଲଭଲୀନା ବୋରଗାହେନ ଭାରତ ପାଇଁ ୪ର୍ଥ ସ୍ୱର୍ଣ୍ଣ ଜିତିଥିଲେ । ସେ ଫାଇନାଲରେ ଅଷ୍ଟ୍ରେଲିଆର କ୍ୟାଟଲିନା ଏନ ପାର୍କରଙ୍କୁ ପରାସ୍ତ କରିଥିଲେ ।

ପ୍ରଥମ ରାଉଣ୍ଡରେ ଲଭଳୀନା ୩-୨ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ କ୍ୟାଟଲିନା ବିଜୟ ହାସଲ କରି ମ୍ୟାଚକୁ ସଂଘର୍ଷପୂର୍ଣ୍ଣ କରିଥିଲେ । ତୃତୀୟ ରାଉଣ୍ଡରେ ଉଭୟ ଭଲ ପ୍ରଦର୍ଶନ କରିଥିଲେ । ଶେଷରେ ମ୍ୟାଚର ଫଳାଫଳ ପାଇଁ ରିଭ୍ୟୁର ସହାୟତା ନିଆ ଯାଇଥିଲା ଏଥିରେ ଭାରତୀୟ ବକ୍ସର ବାଜି ମାରିଥିଲେ ।

ପୂର୍ବରୁ ଅନ୍ୟ ଏକ ମୁକାବିଲାରେ ନିଖିତ ଜରୀନ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲେ । ୪୮ରୁ ୫୦ କିଗ୍ରା ବିଭାଗର ଫାଇନାଲରେ ନିଖତ ଭିଏତନାମର ନ୍ୟୁଗେନ ଥୀ ତାମଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ । ଶନିବାର ସ୍ୱିଟୀ ବୋରା ଓ ନୀତୁ ସେମାନଙ୍କ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିଲେ ।

Comments are closed, but trackbacks and pingbacks are open.