ବଦଳିଲା ଭାରତୀୟ ସେନା ପୋଷାକ ,ଜାଣନ୍ତୁ କଣ ରହିଛି ଏହାର ବିଶେଷତା

0 150

୭୪ ତମ ଭାରତୀୟ ସେନା ଦିବସ ରେ ବଦଳିଛି ଭାରତୀୟ ସେନାର ପୋଷାକ I ଭାରତୀୟ ସ୍ଥଳ ସେନାର ଏହି ନୂଆ ‘ବ୍ୟାଟଲ ଡ୍ରେସ ୟୁନିଫର୍ମ କୁ କାର୍ଯ୍ୟକାରୀ କରାଯାଇଛି I ସେନା ବାହିନୀ ର ପ୍ରତିଷ୍ଠା ଦିବସରେ ନିଜର ନୂଆ ଯୁଦ୍ଧ ବର୍ଦ୍ଦିର ଅନାବରଣ କରିଛି ଭାରତୀୟ ସ୍ଥଳ ସେନା । ଆକାଶ ଛାତ ବାହିନୀର ଯବାନ ମାନେ ଏହି ନୂଆ ୟୁନିଫର୍ମ ପିନ୍ଧି ଦିଲ୍ଲୀର କ୍ୟାଣ୍ଟ ଗ୍ରାଉଣ୍ଡରେ ପ୍ୟାରେଡ଼ କରିଛନ୍ତି । ଏହି ନୂତନ ପୋଷାକ ର ରଙ୍ଗ ପୂର୍ବପରି ରହିଥିଲେ ମଧ୍ୟ ଡିଜିଟାଲ ପ୍ୟାଂଟର୍ନ ପ୍ରିଣ୍ଟ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି I ଏହି ନୂତନ ପୋଷାକରେ ୭୦%କପା ଏବଂ ୩୦% ପୋଲିସ ତୋର ପୋଲିଷ୍ଟର ବ୍ୟବହାର କରାଯାଇଛି I ହାଲ୍କା କପଡ଼ାରେ ପ୍ରସ୍ତୁତ ପ୍ୟାଂଟ ରେ ଅଧିକ ପକେଟ ରହିଛି I ଏହା ସହିତ ୧୫ ଟି ପ୍ୟାଟର୍ନ, ଆଠଟି ଡିଜାଇନ ଏବଂ ଚାରୋଟି ଫ୍ୟାବ୍ରିକ୍ ବିକଳ୍ପ ମାଧ୍ୟମରେ ଏହି ୟୁନିଫର୍ମ ରୁପ ନେଇଛି।
ତେବେ ୨୦୨୨ ସେନା ଦିବସ ପରେଡରେ ନୂଆ ଯୁଦ୍ଧ ୟୁନିଫର୍ମ ପ୍ରଦର୍ଶନ କରିବାର ସୂଚନା ଦେଇଥିଲା ସେନା। ଡିସେମ୍ୱରର ଘୋଷଣା ଜାନୁଆରୀରେ ଆରମ୍ଭର ସଂକେତ ଦେଇଛି । ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ ଟେକ୍ନୋଲଜିର ସହାୟତା ନେଇ ପ୍ରସ୍ତୁତ କରାଯାଇଛି । ଏହି ବର୍ଦ୍ଦି ପରିଚୟ ଦେବ, ସୁରକ୍ଷା ବି ଦେବ। ଯୁଦ୍ଧ ସମୟରେ ସହଜରେ ଠଉରେଇ ପାରିବେନି ଶତ୍ରୁ ପକ୍ଷ Iଏହି ପୋଷାକ ପିନ୍ଧିଲେ ଯବାନ ମାନଙ୍କୁ ସହଜରେ ଚିନ୍ହିବI କଷ୍ଟକର ହେବ ବୋଲି କୁହାଯାଉଛି I
ଏହି ନୂଆ ନୂଆ ପୋଷାକ ଆସନ୍ତା ଅଗଷ୍ଟ ମାସରେ ଭାରତୀୟ ସେନାକୁ ପର୍ଯ୍ୟାୟ କ୍ରମେ ଯୋଗାଇ ଦିଆଯିବ I ଏହାର ପ୍ରସ୍ତୁତି ଏବଂ ଯୋଗାଣ ପାଇଁ ଘରୋଇ ଓ ସରକାରୀ ସଂସ୍ଥା ମାନଙ୍କୁ ଖୋଲା ରେ ଟେଣ୍ଡର ଦିଆଯିବ I ଆବର୍ତ୍ତମାନ ଆମେରିକା ସମେତ ବହୁ ଦେଶର ଆର୍ମି ଡିଜିଟାଲ ପ୍ୟାଟର୍ନର ବ୍ୟବହାର କରୁଛନ୍ତି । ଭାରତୀୟ ସେନାର ବର୍ତ୍ତମାନର ୟୁନିଫର୍ମରେ ସାର୍ଟକୁ ପ୍ୟାଣ୍ଟ ଭିତରେ ଇନ କରାଯାଏ । କିନ୍ତୁ ନୂଆ ୟୁନିଫର୍ମରେ ବେଲ୍ଟ ଭିତରେ ଏବଂ ସାର୍ଟ ବାହାରେ ରହିବ । ଯାହା ଯବାନମାନଙ୍କ ପାଇଁ ଅଧିକ ଆରାମ ଦାୟକ ହେବ ।

Leave A Reply

Your email address will not be published.