ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ

1,039

ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୬ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୯ ବଲ ବାକି ଥାଇ ବିଜୟୀ ହୋଇଛି। ହୋବାର୍ଟର ବେଲେରିଭ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଟି-୨୦ରେ ପରାସ୍ତ କରିବାରେ ଭାରତ ପ୍ରଥମ ଦେଶ ହୋଇଛି। ୱାଶିଂଟନ୍ ସୁନ୍ଦର ୪୯ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଟିମ୍ ଡେଭିସ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଙ୍କ ଅର୍ଦ୍ଧଶତକ ଯୋଗୁଁ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୬ ରନ ସ୍କୋର କରିଥିଲା। ଡେଭିସ୍ ୭୪ ରନ ଏବଂ ଷ୍ଟୋଇନିସ୍ ୬୪ ରନର ଅବଦାନ ରଖିଥିଲେ। ଭାରତ ପାଇଁ ଅର୍ଶଦୀପ ସିଂହ ସବୁଠାରୁ ସଫଳ ବୋଲର ଥିଲେ, ସେ ୩ ୱିକେଟ ନେଇଥିଲେ।

Comments are closed, but trackbacks and pingbacks are open.