୩ୟ ଟେଷ୍ଟ ମ୍ୟାଚ ର ପ୍ରଥମ ଦିନ ରେ ଭାରତ ୭୮ ରନରେ ଅଲଆଉଟ୍

20

ଇଂଲଣ୍ଡ ଠାରେ ଚାଲିଥିବା ଭାରତ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ ର ପ୍ରଥମ ଦିନ ରେ ଭାରତ ର ଶୋଚନୀୟ ପରାଜୟ ହୋଇଛି ଇ ମାତ୍ର ୭୮ ରନ ରେ ସମସ୍ତ ଖେଳାଳି ଅଲ ଆଉଟ ହୋଇଯାଇଥିଲେ ଇ ପ୍ରଥମ ଟେଷ୍ଟ ମ୍ୟାଚ ରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ଏଠାରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ମାଟି କାମୁଡିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ଇଂଲଣ୍ଡ ପେସ ବୋଲର ଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଦେଇଛି। ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଛି। ଭାରତର ରୋହିତ୍ ଶର୍ମା (୧୯) ଓ ଅଜିଙ୍କ୍ୟ ରାହାଣେ (୧୮)ଙ୍କୁ ଛାଡ଼ି ଦେଲେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି। ଅନ୍ୟ ପକ୍ଷରେ ଇଂଲଣ୍ଡର ସବୁ ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ଭେଟେରାନ୍ ଜେମ୍ସ ଆଣ୍ଡରସନ୍ ଓ କ୍ରେଗ୍ ଓଭରଟନ୍ ୩ଟି ୱିକେଟ୍ ନେଇଥିବା ବେଳେ ଓଲି ରବିନସନ୍ ଓ ସାମ୍ କୁରାନ୍ ୨ଟି ଲେଖାଏ ସଫଳତା ପାଇଛନ୍ତି।

ଲଗାତର ଟସ୍ ହାରୁଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଏଠାରେ ଭାଗ୍ୟ ସାଥ୍ ଦେଇଥିଲା। କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହା ଟିମ୍ ପାଇଁ ଭୁଲ୍ ପ୍ରମାଣିତ ହୋଇଛି। ଆରମ୍ଭରୁ ହିଁ ଇଂଲଣ୍ଡ ପେସର୍ ଆଣ୍ଡରସନ୍ ଓ ଓଲି ରବିନସନ୍ ଭାରତୀୟ ବ୍ୟାଟିଂ କୁ ଆଟାକ୍ କରି ଭାରତର ପ୍ରଥମ ତିନି ୱିକେଟ ନେଇଥିଲେ।
ଜବରଦସ୍ତ ଫର୍ମରେ ଥିବା ଲୋକେଶ ରାହୁଲ୍ ଖାତା ଖୋଲି ପାରିନଥିବା ବେଳେ ଚେତେଶ୍ୱର ପୂଜାରା (୧) କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ନିରାଶ କରିଥିଲେ। ମୁମ୍ବାଇ ଦୁଇ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ରାହାଣେ ,ପିଚରେ ଧୈର୍ଯ୍ୟ ଦେଖାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୩୫ ରନର ଭାଗିଦାରୀ କରିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନର ଠିକ୍ ପୂର୍ବରୁ ରବିନସନ୍ ସେଟ୍ ହୋଇସାରିଥିବା ରାହାଣେଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରାହାଣେ ୫୪ ବଲର ସାମ୍ନା କରି ୩ ଚୌକା ସହ ୧୮ ରନ୍ କରି ଆଉଟ୍ ହୋଇଥିଲେ।
ସେହିପରି ଦ୍ୱିତୀୟ ସେସନରେ ମଧ୍ୟ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଜାରି ରହିଥିଲା। ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମାତ୍ର ୨ ରନ୍ କରି ରବିନସନଙ୍କ ଶିକାର ହୋଇଥିଲେ। ୫୮ ରନ୍ ଭିତରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତର ସବୁ ଆଶା ରୋହିତଙ୍କ ଉପରକୁ ଚାଲିଆସିଥିଲା। କିନ୍ତୁ ରୋହିତଙ୍କୁ ଆଉଟ୍ କରି ଓଭରଟନ୍ ଭାରତର ଏହି ଆଶା ଧୂଳିସାତ୍ କରିଦେଇଥିଲେ। ଓଭରଟନ୍ ପରବର୍ତ୍ତୀ ବଲରେ ମହମ୍ମଦ ଶାମି (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୩ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ସାମ୍ କୁରାନ୍ ଗୋଟିଏ ଓଭରରେ ରବୀନ୍ଦ୍ର ଜାଡେଜା (୪) ଓ ଯଶପ୍ରୀତ ବୁମ୍ରା (୦)ଙ୍କୁ ଆଉଟ୍ କରି ଭାରତର ଅଷ୍ଟମ ଓ ନବମ ୱିକେଟର ପତନ କରାଇଥିଲେ।

Leave A Reply

Your email address will not be published.