ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ: କିୱି ଆର୍ମି କ୍ଲିନ୍ ସୁଇପ୍, ୭୩ ରନ୍ ରେ ଜିତିଲା ଭାରତ :’ହିଟ୍ ମ୍ୟାନ୍’ ସାବ୍ୟସ୍ତ ହେଲେ ରୋହିତ ଶର୍ମା

18

କୋଲକାତାର ଇଡେନ୍ ଗାର୍ଡେନ୍ ରେ ଖଳାଯାଉଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ଟି -20 ସିରିଜର ଶେଷ ମ୍ୟାଚରେ ଭାରତ ୭୩ ରନ ରେ ବିଜୟ ଲାଭ କରିଛି ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନ୍ ରେ ପରାସ୍ତ କରି ସିରିଜକୁ ୩ -୦ ରେ ଜିତି ନେଇଛି। ୧୮୫ ରନ୍‌ର ଟାର୍ଗେଟକୁ ପଛରେ ପକାଇ ପୁରା କିୱି ଦଳ ୧୭ .୨ ଓଭରରେ ମାତ୍ର ୧୧୧ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା I

ଭାରତୀୟ ବୋଲରଙ୍କ ସାମ୍ନାରେ ନ୍ୟୁଜିଲ୍ୟାଣ୍ଡ ଦଳ ଅଧିକ ସମୟ ତିଷ୍ଠି ପରି ନଥିଲେ । ଟିମ୍ ଇଣ୍ଡିଆରୁ ଅକ୍ଷର ପଟେଲ ସର୍ବାଧିକ ୱିକେଟ୍ ନେଇଥିଲେ, ସେ ୩ କିୱି ବ୍ୟାଟ୍ସମ୍ୟାନ୍ ଙ୍କୁ ପାଇଁ ପାଭିଲିଅନ୍ ପାଇଁ ରାସ୍ତା ଦେଖାଇଥିଲେ | ଏଥିସହିତ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ। ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଭେଙ୍କଟେଶ ଆୟରଙ୍କୁ 1-1 ୱିକେଟ ମିଳିଛି। ଅକ୍ଷରକୁ ତାଙ୍କର ସୁପର ବୋଲିଂ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଟିମ୍ ଇଣ୍ଡିଆରୁ ରୋହିତ ଶର୍ମା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୧ ଟି ବଲ ରେ ୧୮୦ .୬୪ ବେଗ ର ଜବରଦସ୍ତ ଷ୍ଟ୍ରାଇକ୍ ହାରରେ ୫ ଟି ଚୌକା ଓ ୩ ଛକା ସହାୟତାରେ ୩୧ ଟି ବଲରେ ୫୬ ରନ୍ ସଂଗ୍ରହ କରି ଭାରତ ପାଇଁ ‘ହିଟମ୍ୟାନ୍’ ସାବ୍ୟସ୍ତ ହୋଇଛନ୍ତି ​​ଇ ସେହି ଭଳି ୨୧ ଟି ବଲରେ ୨୯ ରନ୍ ସ୍କୋର କରିବା ପରେ ଇଶାନ କିଶାନ ଆଉଟ୍ ହୋଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ ଏବଂ ରୀଷଭ ପନ୍ତ ମଧ୍ୟ ମାତ୍ର ୪ ରନ୍ ସ୍କୋର କରିପାରିଥିଲେ । ଶ୍ରେୟସ୍ ଆୟର ୨୫ , ଭେଙ୍କଟେଶ ଆୟର୍ ୨୦ , ଦୀପକ ଚହର ୨୧ ଏବଂ ହର୍ଷଲ ପଟେଲ ୧୮ ରନ୍ କରିଥିଲେ। ଏହିପରି, ସମସ୍ତ ୨୦ ଓଭରରେ ଭାରତ ୭ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିଲା।

Leave A Reply

Your email address will not be published.