ତୁର୍କୀ ପରେ ଥରିଲା ଭାରତ

34

ତୁର୍କୀ ଓ ସିରିଆର ପରେ ଏବେ ଭାରତ ପାଳି । ଗୁଜରାଟରେ ୨୪ଘଣ୍ଟା ମଧ୍ୟରେ ୨ଥର ଭୂକମ୍ପ ଅନୁଭୂତ ହୋଇଛି । ଗତ ରାତିରେ ଗୁଜରାଟର ସୁରଟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ଏବେ କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୭ ରହିଛି ।

ଭୂକମ୍ପ ବିଜ୍ଞାନ ଅନୁସଂସ୍ଥାନ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି କି କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୮ମାଗ୍ସିଚ୍ୟୁଟ ରହିଛି । ଏହାର କେନ୍ଦ୍ର ମାଟିତଳେ ୫.୨ କିଲୋମିଟର ଗଭୀର ବୋଲି କୁହାଯାଇଛି । ଏହାର କେନ୍ଦ୍ରସ୍ଥଳ ଆରବସାଗର ଥିଲା । ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇ ନଥିବା କଥା ସୂଚନା ରହିଛି ।

ଗୁଜରାଟ ରାଜ୍ୟ ବିପଦ ପ୍ରବନ୍ଧନ ପ୍ରାଧୀକରଣ ମୁତାବକ ରାଜ୍ୟରେ ଭୂକମ୍ପ ବିପଦ ସର୍ବାଧିକ ରହିଛି । ୨୦୦୧ରେ ଗୁଜରାଟର ସୁରଟରେ ଯେଉଁ ଭୂମିକମ୍ପ ଆସିଥିଲା ତାହାକୁ ଭାରତର ତୃତୀୟ ବଡ ଓ ଦ୍ୱିତୀୟ ସର୍ବାଧିକ ବିନାଶକାରୀ ଭୂକମ୍ପ ବୋଲି କୁହାଯାଇଛି । ଏଥିରେ ୧୩,୮୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।

Comments are closed, but trackbacks and pingbacks are open.