ଇଣ୍ଡିଆ ଟୁଡେର ମୁଡ ଅଫ ଦ ନେସନ ପୋଲ ସର୍ଭେର ରିପୋର୍ଟ : ମୁଖ୍ୟମନ୍ତ୍ରୀ ଭାବରେ ନବୀନ ଓ ପ୍ରଧାନମନ୍ତ୍ରୀ ମୋଦି ଜନପ୍ରିୟ ନେତା

29

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ସବୁଠାରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ I ସେହିଭଳି ଦେଶର ସବୁଠାରୁ ଜନପ୍ରିୟ ପ୍ରଧାନ ମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନରେନ୍ଦ୍ର ମୋଦି I ଇଣ୍ଡିଆ ଟୁଡେର ମୁଡ ଅଫ ନେସନ ପୋଲର ସର୍ଭେ ଏହି ତଥ୍ୟ ପ୍ରକାଶ ପାଇଛି। ନବୀନ ପଟ୍ଟନାୟ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି।

ସେହିପରି ତୀୟରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା,ତୃତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଛନ୍ତି । ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ଆସାମର ୬୩ ପ୍ରତିଶତ ଜନତା ସନ୍ତୁଷ୍ଟ ଥିବା ବେଳେ ଷ୍ଟାଲିନଙ୍କ ଉପରେ ତାମିଲନାଡୁର ୬୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ତେବେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ହିସାବରେ ଲୋକପ୍ରିୟତା ତାଲିକାର ଶୀର୍ଷରେ ରହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଲୋକପ୍ରିୟତା ତାଲିକାର ଦ୍ୱିତୀୟରେ ଅରବିନ୍ଦ କେଜ୍ରିୱାଲ ଓ ତୃତୀୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି I

ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ପ୍ରଧାନମନ୍ତ୍ରୀ ପଦ ପାଇଁ ୫୩ ପ୍ରତିଶତ ଲୋକ ମୋଦୀଙ୍କୁ ଉପଯୁକ୍ତ ବୋଲି ଭାବୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୯ ପ୍ରତିଶତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଛନ୍ତି ।

Comments are closed, but trackbacks and pingbacks are open.